କନକ ବ୍ୟୁରୋ; ଖୁନ୍ଦାଖୁନ୍ଦ ହୋଇ ଗୋଟିଏ ଗୃହରେ ପାଠ ପଢ଼ୁଛନ୍ତି ଏକାଧିକ ଶ୍ରେଣୀର ପିଲା । ରାଜ୍ୟର ଶହ ଶହ ସ୍କୁଲର ଅବସ୍ଥା କହିଲେ ନସରେ । ରାୟଗଡା ଜିଲ୍ଲା ଗୁଣୁପୁର ଅଂଚଳର ଚିନ୍ତାଲଗୁଡ଼ା ସରକାରୀ ବିଦ୍ୟାଳୟ । ଏହି ସ୍କୁଲରେ ଶିଶୁବାଟିକାଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ପ୍ରାୟ ୯୦ ପିଲା ପାଠ ପଢ଼ୁଛନ୍ତି । ଶ୍ରେଣୀଗୃହ ଅଭାବରେ ଗୋଟିଏ ଘରେ ବସି ପାଠ ପଢ଼ୁଛନ୍ତି । ଯାହାଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି ।
ଏହା ବି ପଢ଼ନ୍ତୁ: ୪ ଦଶନ୍ଧି ତଳର ସ୍ବପ୍ନରେ ଲାଗିଲା ଡେଣା, ବାସ୍ତବ ରୂପ ନେବ ହିଡ଼ିସିଂ ଜଳସେଚନ ପ୍ରକଳ୍ପ
ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆନନ୍ଦପୁର ଅଂଚଳର ସ୍ଥିତି ନକହିବା ଭଲ । ଚଣ୍ଡୀ ବିରଞ୍ଚିପୁର ସ୍କୁଲରେ ଶିଶୁ ବାଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ପିଲା ଗୋଟିଏ ବଖରାରେ ପାଠ ପଢ଼ୁଛନ୍ତି । ସେହି ରୁମରେ ଅଫିସ ଆଲମିରା, ଅଫିସ କାମ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବାଧା ଉପୁଜୁଛି ।
ପ୍ରଭାବଶାଳୀ ଜିଲ୍ଲା ଗଞ୍ଜାମର ଅବସ୍ଥା ସମାନ । ଧରାକୋଟ ବ୍ଲକର ଘାସିବାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖନ୍ତୁ । ଏଠି ବି ଗୋଟିଏ ଶ୍ରେଣୀରେ ପଢ଼ୁଛନ୍ତି ୬ଟି ଶ୍ରେଣୀର ଛାତ୍ରଛାତ୍ରୀ । ସେହି ବ୍ଲକର ଭାଲିଆ ଗୁଡା ପ୍ରାଥମିକ ବିଦ୍ୟାଳୟରେ ବି ସମାନ ସ୍ଥିତି ।
ଏହି ସ୍କୁଲ ନୁହେଁ ରାଜ୍ୟର ୧୮୯୮ ଟି ସ୍କୁଲ ଗୋଟିଏ ଶ୍ରେଣୀଗୃହରେ ଚାଲିଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩୪ ଓ ରାୟଗଡ଼ାର ୨୦୯ଟି ସ୍କୁଲର ଗୋଟିଏ ଗୃହ ରହିଛି । ଏନେଇ ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିବା ପରେ ସମାଲୋଚନା କରିଛନ୍ତି ବିରୋଧୀ । ବର୍ଷକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଏକାଧିକ ଶ୍ରେଣୀର ପିଲା ଗୋଟିଏ ଶ୍ରେରୀରେ ବସି ପାଠ ପଢ଼ିବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/schol-prob-2026-02-21-21-45-11.png)