ଅଦାଲତ ଅବମାନନା ମାମଲା ; ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନୋଟିସ୍‌

Advertisment

ଅଦାଲତ ଅବମାନନା ମାମଲାରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ହାଇକୋର୍ଟ ପୁଲିସ ନୋଟିସ୍ ଜାରି କରିଛନ୍ତି । ପୁଲିସ କୁଳପତିଙ୍କୁ ଅଦାଲତ ଅବମାନନା ମାମଲାର ନୋଟିସ ପ୍ରଦାନ କରିବା ସହିତ କାର୍ଯ୍ୟକାରୀ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ ।

ଅଦାଲତ ଅବମାନନା ମାମଲାରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ହାଇକୋର୍ଟ ପୁଲିସ ନୋଟିସ୍ ଜାରି କରିଛନ୍ତି । ପୁଲିସ କୁଳପତିଙ୍କୁ ଅଦାଲତ ଅବମାନନା ମାମଲାର ନୋଟିସ ପ୍ରଦାନ କରିବା ସହିତ କାର୍ଯ୍ୟକାରୀ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ ।

High court

କନକ ବ୍ୟୁରୋ : ଅଦାଲତ ଅବମାନନା ମାମଲା, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ହାଇକୋର୍ଟ ଜାରି କଲେ ପୁଲିସ ନୋଟିସ୍‌ । ଅଦାଲତ ଅବମାନନା ମାମଲାରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ହାଇକୋର୍ଟ ପୁଲିସ ନୋଟିସ୍ ଜାରି କରିଛନ୍ତି । ପୁଲିସ କୁଳପତିଙ୍କୁ ଅଦାଲତ ଅବମାନନା ମାମଲାର ନୋଟିସ ପ୍ରଦାନ କରିବା ସହିତ କାର୍ଯ୍ୟକାରୀ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ ।

ଏଥିରେ ଅବହେଳା ହେଲେ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ହାଇକୋର୍ଟ କହିଛନ୍ତି । ଫେବ୍ରୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁରଲୀଧର ସ୍ବାଇଁଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରିବା ଅଦାଲତ ଅବମାନନା ଆଇନ, ୧୯୭୧ର ଧାରା ୧୧ ଓ ୧୨, ସମ୍ବିଧାନର ଅନୁଚ୍ଛେଦ ୨୧୫ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ।

ଅଧିକ ପଢନ୍ତୁ : ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ : ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍

ଏଥିପାଇଁ ଜେଲ୍‌ଦଣ୍ଡ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସିନିୟର ଆସିଷ୍ଟାଣ୍ଟ ତଥା ଆବେଦନକାରୀଙ୍କୁ ପିଛିଲା ତାରିଖରୁ ପଦୋନ୍ନତି, ୧୨ ପ୍ରତିଶତ ବାର୍ଷିକ ସୁଧ ସହିତ ବକେୟା ପ୍ରାପ୍ୟ ପ୍ରଦାନ ସପକ୍ଷରେ ୨୦୨୫ ଅକ୍ଟୋବରରେ ହାଇକୋର୍ଟ ରାୟ ଦେଇଥିଲେ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀରେ ଅବହେଳା ଅଭିଯୋଗ କରି ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe