ଦୀର୍ଘଦିନର ଦାବି ପୂରଣ : ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Advertisment

ବଜେଟରେ ନୂତନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ପରେ, ବିଭିନ୍ନ ଜିଲ୍ଲାରୁ ବହୁ ସଂଗଠନ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । କେନ୍ଦ୍ରାପଡ଼ା ଓ ନିଆଳି ଅଞ୍ଚଳରୁ ଆସିଥିବା ଅନେକ ସଂଗଠନର ପ୍ରତିନିଧି ମଣ୍ଡଳି ଏବଂ ମଜଦୁର ସଂଘର କର୍ମକର୍ତ୍ତାମାନେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

Cheif Minister

Photograph: (Kanak News)

କନକ ବ୍ୟୁରୋ : ବଜେଟରେ ନୂତନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ପରେ, ବିଭିନ୍ନ ଜିଲ୍ଲାରୁ ବହୁ ସଂଗଠନ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । କେନ୍ଦ୍ରାପଡ଼ା ଓ ନିଆଳି ଅଞ୍ଚଳରୁ ଆସିଥିବା ଅନେକ ସଂଗଠନର ପ୍ରତିନିଧି ମଣ୍ଡଳି ଏବଂ ମଜଦୁର ସଂଘର କର୍ମକର୍ତ୍ତାମାନେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

ଅଧିକ ପଢନ୍ତୁ : ୩ଲକ୍ଷ ୧୦ହଜାର କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ମହିଳା, ସ୍ବାସ୍ଥ୍ୟ, ଶିକ୍ଷା ଉପରେ ଗୁରୁତ୍ବ

କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ସହ ବଳଦେବଜୀଉ ମନ୍ଦିରର ଉନ୍ନତି ଓ ଜିଲ୍ଲାରେ ଜାହାଜ କାରଖାନା ପରି ଶିଳ୍ପ ପ୍ରତିଷ୍ଠା ପାଇଁ ବଜେଟରେ ଘୋଷଣା ହୋଇଥିବାରୁ ସ୍ଥାନୀୟ ଲୋକେ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ନିଆଳି ଅଞ୍ଚଳର ଗମନାଗମନ ସୁବିଧାକୁ ଗୁରୁତ୍ୱ ଦେଇ ଫୁଲନଖରାରୁ ନିଆଳି ମାଧବ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ପାଇଁ ଚଳିତ ବିଧାନସଭା ବଜେଟରେ ବ୍ୟବସ୍ଥା କରାଯାଇଛି । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ନିଆଳିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe