କନକ ବ୍ୟୁରୋ: ରେଳବାଇ ଷ୍ଟାଡିୟମ୍ରେ ବିଜୟର ସ୍ୱାଦ ଚାଖିଛି ଓପିଟିସିଏଲ୍ । ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଆନୁକୂଲ୍ୟରେ ଚାଲିଥିବା ୧୮ତମ ପାୱାର କପ୍ କ୍ରିକେଟ୍ ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ୍ରେ କୃଷି ବିଭାଗକୁ ଧରାଶାୟୀ କରି ଓପିଟିସିଏଲ୍ ବିଜେତା ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୃଷି ବିଭାଗ ମାତ୍ର ୮୨ ରନ୍ ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ଓପିଟିସିଏଲ୍ ୯.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଅଲ୍ରାଉଣ୍ଡ ପ୍ରଦର୍ଶନ କରି ଓପିଟିସିଏଲ୍କୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିବା କ୍ଷମାସାଗର ବଳ ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଓପିଟିିଏଲ୍ର ଅଭୟ ମଲ୍ଲିକ (ବ୍ୟାଟର୍), ସମ୍ବିତ ହରିଚନ୍ଦନ (ଓ୍ବିକେଟ୍କିପର), କୃଷିବିଭାଗର ଶଶିକାନ୍ତ ପାତ୍ର (ବୋଲର) ଏବଂ ଗ୍ରିଡ୍କୋର ସୁରଜିତ ଦାସ (ଫିଲ୍ଡର) ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ତୃତୀୟସ୍ଥାନ ମୁକାବିଲାରେ ଟିପିଏନ୍ଓଡିଏଲ୍ ୮ ୱିକେଟ୍ରେ ଓପିଜିସିକୁ ପରାସ୍ତ କରିଥଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଶର୍ମା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।
ଏହା ବି ପଢ଼ନ୍ତୁ : ଅର୍ଶଦୀପଙ୍କୁ କାହିଁକି ବସାଇଛ ? ପ୍ରଶ୍ନ କଲେ ଅଶ୍ୱିନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/16/optcl-2026-01-16-19-31-05.jpg)