କନକ ବ୍ୟୁରୋ: ପୁଣି ଥରେ ଟିମ ଇଣ୍ଡିଆ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି । ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ କାହିଁକି ବିଶ୍ରାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସ୍ପିନ ବୋଲର ଆର.ଅଶ୍ବିନ । ସେ କହିଛନ୍ତି ଯେ ଲଗାତାର ଭଲ ପ୍ରଦର୍ଶନ କରିଚାଲିଥିବା ବୋଲରଙ୍କୁ ବେଞ୍ଚରେ ବସାଇବା ଠିକ ନୁହେଁ । କାରଣ ବାରମ୍ବାର ବସି ରହିଲେ ସେମାନଙ୍କ ଲୟ ବିଗିଡ଼ିଯିବାର ଆଶଙ୍କା ରହିଛି । ସେ ମଧ୍ୟ ପ୍ରସିଦ୍ଧ କ୍ରିଷ୍ଣା ଓ ନୀତୀଶ ରେଡ୍ଡୀଙ୍କୁ ମ୍ୟାଚ ପ୍ରାକ୍ଟିସ କରାଯାଉଥିବା ନେଇ ହେଉଥିବା ଯୁକ୍ତିକୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି ଯେ ନୂଆ ପିଲାଙ୍କୁ ସୁଯୋଗ ଦିଆଯିବା ଠିକ, କିନ୍ତୁ ଏମାନଙ୍କ ଅଭ୍ୟାସ ଆଳରେ ଫର୍ମରେ ଥିବା ବୋଲରଙ୍କୁ ବସାଯିବା ଠିକ ନୁହେଁ । କେହି ଅର୍ଶଦୀପଙ୍କ ମାନସିକ ସ୍ଥିତିକୁ ବୁଝୁନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହା ବି ପଢ଼ନ୍ତୁ: ବାଂଲାଦେଶକୁ ମନାଇବାକୁ ଢାକା ଗସ୍ତ କରିବ ଆଇସିସି ପ୍ରତିନିମଣ୍ଡଳ, ଫେବ୍ରୁଆରି ୭ରୁ ଟ୍ବେଣ୍ଟି-୨୦ ବିଶ୍ବକପ
ସେ କହିଛନ୍ତି, କ୍ରିକେଟ କେବଳ କୌଶଳର ଖେଳ ନୁହେଁ, ବରଂ ଆତ୍ମବିଶ୍ବାସର ବି ଖେଳ । ଯଦି ଲଗାତାର ଭଲ ପ୍ରଦର୍ଶନ ପରେ ବି ଜଣେ ଖେଳାଳିଙ୍କୁ ବସାଯାଉଛି, ତେବେ ତାଙ୍କର ମନୋବଳ କିପରି ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କର ମନୋବଳ ହ୍ରାସ ପାଇବା ନିଶ୍ଚିତ । ଏହା ବ୍ୟାଟ୍ସମ୍ୟାନମାନଙ୍କ କ୍ଷେତ୍ରରେ ନୁହେଁ ବୋଲରଙ୍କ କ୍ଷେତ୍ରରେ ଅଧିକ ହୋଇଥାଏ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ପୂର୍ବତନ ମହାନ ଖେଳାଳି କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ମଧ୍ୟ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯିବାକୁ ପ୍ରଶ୍ନ କରିଥିଲେ । ସେହିପରି ଟିମରେ ଆୟୁଷ ବଦୋନିଙ୍କୁ ସାମିଲ କରାଯିବାକୁ କେତେକ ମହଲରେ ପ୍ରଶ୍ନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/16/arshdip-singh-2026-01-16-19-16-16.jpg)