ଭାରତୀୟ ସେନାରେ ଅଫିସର ହେବାର ସୁଯୋଗ: NDA ଓ CDS ପାଇଁ ଆବେଦନ ଆରମ୍ଭ

Advertisment

ଏନଡିଏ ଏବଂ ସିଡିଏସ ପରୀକ୍ଷା ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ୍ UPSC.gov.in କୁ ଯାଇ ଆବେଦନ କରିପାରିବେ । ଏନଡିଏରେ ମୋଟ ୩୯୪ ଏବଂ ସିଡିଏସରେ ପ୍ରାୟ ୪୫୦ଟି ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି ।

ଏନଡିଏ ଏବଂ ସିଡିଏସ ପରୀକ୍ଷା ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ୍ UPSC.gov.in କୁ ଯାଇ ଆବେଦନ କରିପାରିବେ । ଏନଡିଏରେ ମୋଟ ୩୯୪ ଏବଂ ସିଡିଏସରେ ପ୍ରାୟ ୪୫୦ଟି ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି ।

CDS Job

CDS Job Photograph: (Kanak News)

କନକ ବ୍ୟୁରୋ: ଭାରତୀୟ ସେନାରେ ଅଫିସର ହେବାର ସ୍ୱପ୍ନ ହଜାର ହଜାର ଯୁବକ ଦେଖିଥାନ୍ତି, ଯେଉଁ କାରଣରୁ ସେମାନେ ଏଥିପାଇଁ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ପରୀକ୍ଷା ସହ ଏସଏସବି ଦେଇଥାନ୍ତି । ବର୍ତ୍ତମାନ ୟୁପିଏସସି ପକ୍ଷରୁ ଏନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଡିସେମ୍ବର ୧୦ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ଆବେଦନ କରିପାରିବେ । ଏହି ପରୀକ୍ଷାକୁ ନେଇ ଯୁବପିଢ଼ିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ଥାଏ, ଯାହାର ଉତ୍ତର ଜାଣିବା ଜରୁରୀ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏନଡିଏ ପରୀକ୍ଷା ଦେବା ପାଇଁ ଦ୍ୱାଦଶରେ କେତେ ନମ୍ବର ରହିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବୁ।

କିପରି କରିବେ ଆବେଦନ?
ଏନଡିଏ ଏବଂ ସିଡିଏସ ପରୀକ୍ଷା ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ୍ UPSC.gov.in କୁ ଯାଇ ଆବେଦନ କରିପାରିବେ । ଏନଡିଏରେ ମୋଟ ୩୯୪ ଏବଂ ସିଡିଏସରେ ପ୍ରାୟ ୪୫୦ଟି ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଆବେଦନ ପୂରଣ ହେବା ପରେ ଲିଖିତ ପରୀକ୍ଷାର ତାରିଖ ଘୋଷଣା କରାଯିବ ଏବଂ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ସର୍ଭିସ ସିଲେକ୍ସନ ବୋର୍ଡ ବା ଏସଏସବି ସାକ୍ଷାତକାରରେ ବସିବାକୁ ପଡ଼ିବ ।

ଦ୍ୱାଦଶ ପାସ୍ କରିବା ପରେ ଏନଡିଏ ପରୀକ୍ଷା ଦିଆଯାଏ, ତେଣୁ ଅନେକ ପିଲାଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ କେତେ ପ୍ରତିଶତ ନମ୍ବର ରଖିଲେ ସେମାନେ ଏନଡିଏ ପରୀକ୍ଷାରେ ବସିବାକୁ ସୁଯୋଗ ପାଇବେ । ଏକଥା ବୁଝି ନିଅନ୍ତୁ ଯେ ଏନଡିଏ ପାଇଁ ଦ୍ୱାଦଶ ଶ୍ରେଣୀ ନମ୍ବରର କୌଣସି ନିୟମ ନାହିଁ । ଅର୍ଥାତ୍ ଆପଣଙ୍କ ନମ୍ବର ଯେତେ କମ୍ ହେଉନା କାହିଁକି, ଆପଣ ଏନଡିଏ ପରୀକ୍ଷା ଦେଇପାରିବେ।

ଆହୁରି ପଢ଼ନ୍ତୁ... ପ୍ରଦୂଷଣରେ ମରୁଛନ୍ତି ବର୍ଷକୁ ୧୫ ଲକ୍ଷ, ସରକାରଙ୍କ ପାଖରେ ନାହିଁ ତଥ୍ୟ

ଏନଡିଏକୁ ପାଇଁ ସବୁଠାରୁ ଆଉ ଏକ ବଡ଼ ଦ୍ୱନ୍ଦ୍ୱ ବିଷୟକୁ ନେଇ ରହିଥାଏ। ଏକ ଗୁଜବ ମଧ୍ୟ ରହିଛି ଯେ ଏନଡିଏ ପରୀକ୍ଷା କେବଳ ସେମାନେ ଦେଇପାରିବେ, ଯେଉଁମାନେ ଦ୍ୱାଦଶରେ ଗଣିତ ନେଇଥିବେ। ହେଲେ ଏହି କଥା ସମ୍ପୂର୍ଣ୍ଣ ଭୁଲ୍। ଯଦି ଆପଣ ଦ୍ୱାଦଶରେ ଗଣିତ ଏବଂ ପଦାର୍ଥ ବିଜ୍ଞାନ ନେଇନାହାନ୍ତି, ତେବେ ଆପଣ ଅଫିସର ହୋଇ ବାୟୁସେନା ଏବଂ ନୌସେନାକୁ ଯାଇପାରିବେ ନାହିଁ, କିନ୍ତୁ ସ୍ଥଳସେନାରେ ଆପଣ ନିଶ୍ଚିତ ଭାବରେ ଅଫିସର ହୋଇପାରିବେ । ଅର୍ଥାତ୍ ନନ୍-ମ୍ୟାଥ୍ସ ଛାତ୍ରଛାତ୍ରୀ ମଧ୍ୟ ଏନଡିଏ ପରୀକ୍ଷାରେ ସାମିଲ ହୋଇପାରିବେ ।

ଯେଉଁ ଯୁବକ, ଯୁବତୀମାନେ ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ସୁଯୋଗ । ଡିସେମ୍ବର ୧୦ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଏହାର ଆବେଦନ ପ୍ରକ୍ରିୟା ଚାଲିବ, ଏହାରି ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ ପ୍ରାର୍ଥୀ ୟୁପିଏସସିର ଅଫିସିଆଲ ଓ୍ୱେବସାଇଟକୁ ଯାଇ ତଥ୍ୟ ପାଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe