OPHWC Photograph: (KanakNews)
କନକ ବ୍ୟୁରୋ: ଖୋଲୁଛି ଓପିଏଚ୍ଡବ୍ଲ୍ୟୁସି ପ୍ରୋଜେକ୍ଟ ମ୍ୟାନେଜରଙ୍କ କଳାକାରନାମା । ସୌମ୍ୟକାନ୍ତ ମହାନ୍ତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଆଉଜଣେ ମହିଳା । କହିଲେ ମହିଳା କର୍ମଚାରୀଙ୍କୁ ସବୁବେଳେ ଦୁର୍ବ୍ୟବହାର କରୁଥିଲେ ସୌମ୍ୟକାନ୍ତ ମହାନ୍ତି। ଆଉ ଏଭଳି ଅଭିଯୋଗ ପରେ ସରକାରୀ ଅଫିସରେ ମହିଳା କର୍ମଚାରୀ କେତେ ସୁରକ୍ଷିତ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶା ପୁଲିସ୍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ବା OPHWCର ବରିଷ୍ଠ ଅଧିକାରୀ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଅଧିକ ପଢନ୍ତୁ: ସରପଞ୍ଚ ହେବାର ଆକାଂକ୍ଷା : ବାପା ସାଜିଲେ ଝିଅର ହତ୍ୟାକାରୀ, କେନାଲରେ ବୁଡ଼ାଇ ମାରିଲେ
ବାଲେଶ୍ୱର OPHWC ର ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତି ଯିଏ କି ମହାନ୍ତି ବାବୁ ଭାବେ ପରିଚିତ। ଜଣେ ମହିଳା କର୍ମଚାରୀଙ୍କୁ ଅଫିସ୍ ଚ୍ୟାମ୍ବରକୁ ଡାକି ଅଶ୍ଳୀଳ ବ୍ୟବହାର କରିବା ସହ ହ୍ୱାଟସ୍ଆପ୍ରେ ଅଶ୍ଳୀଳ ମେସେଜ୍ ପଠାଇବା ଭଳି ଗତକାଲି ଆସିଥିଲା ସାଂଘାତିକ୍ ଅଭିଯୋଗ। ଏହାକୁ ନେଇ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ପାଇଁ ଯୌନ ନିର୍ଯାତନା ନିରୋଧ କମିଟିକୁ ମାମଲା ହସ୍ତାନ୍ତର କରିଥିଲା ଓପିଏଚ୍ସି । ଜଣେ ବରିଷ୍ଠ ମହିଳା କର୍ମଚାରୀଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ବ ଦିଆଗଲା। ହେଲେ ଏବେ ମହାନ୍ତି ବାବୁଙ୍କ ବିରୋଧରେ ଏକାଧିକ ମହିଳା ଆଣିଲେଣି ଯୌନ ଶୋଷଣରର ଅଭିଯୋଗ ।
ମହାନ୍ତି ବାବୁଙ୍କ କଳାକାରନାମା
ବାଲେଶ୍ବର OPHWCର ପ୍ରୋଜେକ୍ଟ ମ୍ୟାନେଜର୍ଙ୍କ ବିରୋଧରେ ସାଂଘାତିକ୍ ଅଭିଯୋଗ
ଖୋଲୁଛି ସୌମ୍ୟକାନ୍ତ ମହାନ୍ତିଙ୍କ କଳାକାରନାମାର ପେଡ଼ି
ମହାନ୍ତି ବାବୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଆଉ ଜଣେ ମହିଳା କର୍ମଚାରୀ
'ଅଫିସ୍କୁ ନିଶାସକ୍ତ ଅବସ୍ଥାରେ ଆସୁଥିଲେ ମହାନ୍ତି ବାବୁ'
'କାର୍ଯ୍ୟାଳୟରେ କାମ ବାହାନାରେ କରୁଥିଲେ ଅସଦାଚରଣ'
'ପ୍ରତିବାଦ କଲେ ଉପରିସ୍ଥ ଅଧିକାରୀଙ୍କୁ କହି ଚାକିରିରୁ ବାହାର କରିଦେବାକୁ ଧମକ ଦେଉଥିଲେ'
ଘଟଣାକୁ ଗୁରୁତର ସହ ନେଇଛନ୍ତି OPHWC ସିଏମଡି ସୌମେନ୍ଦ୍ର ପ୍ରିୟଦର୍ଶୀ
ମାମଲାକୁ ଯୌନ ନିର୍ଯାତନା ନିରୋଧ କମିଟିକୁ ହସ୍ତାନ୍ତର କରାଯାଇଛି
ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ କରିବ ସ୍ବତନ୍ତ୍ର ଟିମ୍
ଏହି ଟିମ୍ ବାଲେଶ୍ୱର ଯାଇ ଘଟଣାର ତଦନ୍ତ କରିବ
Follow Us