କନକବ୍ୟୁରୋ : ତଲାବିରା କୋଇଲା ଖଣି ଦୁର୍ନୀତି ନେଇ ପୁଣି ଘାଣ୍ଟିବ ସିବିଆଇ। ଆଜି ନୂଆଦିଲ୍ଲୀରୁ ସିବିଆଇର ଏକ ଟିମ୍ ସମ୍ବଲପୁର ପହଞ୍ଚିବା ପରେ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀମାନଙ୍କୁ କରାଯିବ ଜେରା । କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲ୍ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲ୍ ତାଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା କମ୍ପାନି କୋଇଲା ଖନନ କରିଥିଲା। ପୂର୍ବରୁ ତଲାବିରା କୋଇଲା ଦୁର୍ନୀତି ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା ।
ଅଧିକ ପଢନ୍ତୁ... ମା’ ବିରଜାଙ୍କ ମନ୍ଦିରରେ ରାଷ୍ଟ୍ରପତି : ବିରଜା କ୍ଷେତ୍ରରେ ବ୍ୟାପକ ଆୟୋଜନ
ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା। ତେବେ, ୨୦୧୪ ମସିହାରେ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଣି ସିବିଆଇ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଥିଲା । ଏଥିରେ କେତେକ ଅଜ୍ଞାତ ସରକାରୀ ଅଧିକାରୀ ଓ ହିଣ୍ଡାଲ୍କୋ ଇଣ୍ଡିଷ୍ଟ୍ରିକୁ ପକ୍ଷଭୁକ୍ତ କରାଯାଇଥିଲା । ସେହି ସମୟରେ ମୁମ୍ବାଇ ସମେତ ସମ୍ବଲପୁର ଜିଲ୍ଲାର ୪ଟି ଜାଗାରେ ସିବିଆଇ ଚଢ଼ଉ କରିଥିଲା। ୨୦୨୨ ମସିହାରେ ପୁଣି ସିବିଆଇ ପକ୍ଷରୁ ତନଘନା କରାଯାଇଥିଲା । ଆଜି ପୁଣି ଥରେ ସିବିଆଇ ପକ୍ଷରୁ ଜେରା କରାଯିବ। ଇନ୍ସ୍ପେକ୍ଟର ରବିରାଜ ଖଟିକଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ବଲପୁର ପହଞ୍ଚି ପଞ୍ଚାୟତ କାର୍ୟ୍ୟାଳୟରେ ଖିଣ୍ଡା ଓ ବାବୁଖିଣ୍ଡା ଗାଁର ୧୯ ଜଣ ଲୋକଙ୍କ ସମେତ ଖିଣ୍ଡାର ହେମନ୍ତ ରାଉତ ଓ ତଲାବିରାର ପଦ୍ମ ଧୋଜଙ୍କୁ ସ୍ବତନ୍ତ୍ର ଭାବେ ପଚରାଉଚରା କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/cbi-2026-02-03-10-27-02.jpg)