କନକବ୍ୟୁରୋ : ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତିନି ନାବାଳିକା ଭଉଣୀ ଏକ କୋଠାର ନବମ ମହଲାରୁ ଡେଇଁ ଜୀବନ ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଏହି ତିନି ଜଣ ଅନଲାଇନ୍ ଗେମ୍ସର ନିଶାର ମାୟା ଜାଲରେ ପଡ଼ିଥିଲେ । ପରିବାର ପକ୍ଷରୁ ସେମାନଙ୍କ ଖେଳିବାକୁ ବିରୋଧ କରାଯିବା ପରେ ସେମାନେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସେମାନଙ୍କନାମ ନିଶିକା , ପ୍ରାଚୀ ଓ ପାଖି। ତିନି ଭଉଣୀଙ୍କ ବୟସ ଯଥାକ୍ରମେ ୧୬, ୧୪ ଓ ୧୨ ବର୍ଷ ବୋଲି ଜଣାପଡ଼ିଛି । ଗାଜିଆବାଦର ଟିଲା ମୋଡ୍ ପୁଲିସ ଷ୍ଟେସନ ଅନ୍ତର୍ଗତ ଭାରତ ସିଟିରେ ଏହି ଅଭାବନୀୟ ଘଟଣା ଘଟିଛି । ପୁଲିସ ତଦନ୍ତ ଜାରି ରହିଛି
ଅଧିକ ପଢନ୍ତୁ...ମହୁମାଛି ଦଂଶନରେ ମୃତ୍ୟୁ ପୂର୍ବରୁ ୨୦ ଶିଶୁଙ୍କ ଜୀବନ ରକ୍ଷା କଲେ ଅଙ୍ଗନବାଡ଼ି ରୋଷେୟା
କୋରିଆନ୍ ଲଭ୍ ଗେମ୍ ଖେଳୁଥିଲେ
କୁହାଯାଉଛି ଯେ, ତିନି ଭଉଣୀ ପୂର୍ବରୁ ଅନଲାଇନ୍ ଟାସ୍କ-ଭିତ୍ତିକ ଖେଳ କୋରିଆନ୍ ଲଭ୍ ଖେଳୁଥିଲେ। ଏହି ଘଟଣା ପରେ ସେମାନଙ୍କ ବାପା ଚେତନ କୁମାର ଏନେଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।। କୁହାଯାଉଛି ଯେ, କୋଭିଡ୍-୧୯ ମହାମାରୀ ସମୟରେ ତିନି ଭଉଣୀ ମୋବାଇଲ୍ ଗେମ୍ ନିଶାରେ ପଡ଼ିଥିଲେ। ତିନିଜଣ ପ୍ରାୟତଃ ଟାର୍ଗେଟ୍ ଗେମ୍ ଖେଳୁଥିଲେ। ପୁଲିସ କହିବା ଅନୁଯାୟୀ, ସେମାନେ ସ୍କୁଲକୁ ନିୟମିତ ଯାଉ ନଥିଲେ।
ସେମାନେ ଏକାଠି ସବୁକିଛି କରୁଥିଲେ, ଡେଇଁଲେ ବି ଏକାଠି
ମଙ୍ଗଳବାର ରାତି ୨ଟାରେ ଭାରତ ସିଟି ସୋସାଇଟିର ଏକ କୋଠାର ୯ମ ମହଲାରୁ ତିନି ଜଣ ନାବାଳିକା ଭଉଣୀ ଡେଇଁ ପଡ଼ିଥିଲେ। ରିପୋର୍ଟ ଅନୁଯାୟୀ, ସେମାନେ ଭାରତ ସିଟି ବି-୧ ଟାୱାରର ୯୦୭ ଫ୍ଲାଟରେ ରହୁଥିଲେ। କୁହାଯାଉଛି ଯେ, ସେମାନେ ଏକାଠି ଖାଇବା, ସ୍କୁଲ ଯିବା, ଶୋଇବା ଓ ଅନ୍ୟାନ୍ୟ ଦୈନନ୍ଦିନ କାମ କରିବା ଭଳି ସବୁକିଛି କରୁଥିଲେ। ଗତକାଲି ରାତି ପ୍ରାୟ ୨ଟାରେ, ତିନି ଜଣ ୯ମ ମହଲାରୁ ଡେଇଁ ପଡ଼ିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/04bbs_7_04022026_111-2026-02-04-13-48-11.jpg)