କନକ ବ୍ୟୁରୋ : ନୂଆ ବର୍ଷ ପୂର୍ବଦିନ ଠପ ହୋଇଯାଇଛି ଅନଲାଇନ୍ ଡେଲିଭରି ସେବା । ବିଭିନ୍ନ ଦାବି ନେଇ ଆଜି ସାରା ଦେଶର ଧର୍ମଘଟ କରିଛନ୍ତି ଡେଲିଭରି ବା ଗିଗ୍ କର୍ମଚାରୀ । ଯାହାଫଳରେ ଖାଦ୍ୟଠୁ ନେଇ ସାମାନପତ୍ର ଅନଲାଇନ ଅର୍ଡର ଅପେକ୍ଷାରେ ଥିବା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଆଜିର ଦିନରେ ଲୋକମାନେ ଦୋକାନ ବଜାର କିଣାବିକାକୁ ଯେତିକି ପସନ୍ଦ କରୁଛନ୍ତି ସେତିକି ଅନଲାଇନ ସପିଂର ଚାହିଦା ରହିଛି । ବିଶେଷ କରି ସେଲିବ୍ରେସନ ସମୟରେ ଜମାଟୋ, ସ୍ବିଗ ସହ ଅନଲାଇନ ଫୁଡର କ୍ରେଜ ବେଶ ଅଧିକ ଥାଏ । ଏଭଳିସ୍ଥିତି ଡେଲଭରି ବୟଙ୍କ ଆଜିର ଧର୍ମଘଟ ନୂଆବର୍ଷର ମଜାକୁ କିଛି ମାତ୍ରାରେ ପ୍ରଭାବିତ କରିଛି ।
ଅଧିକ ପଢ଼ନ୍ତୁ : ସରକାର କରିପାରନ୍ତି ବଡ଼ ଘୋଷଣା, ଅନଲାଇନ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ମିଳିବ ପେନସନ୍ !
ଗିଗ୍ ଏବଂ ଅନଲାଇନ ଡେଲିଭରି ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍ ଏବଂ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍ ବେଷ୍ଟ ଟ୍ରାନ୍ସପୋର୍ଟ ୱାର୍କର୍ସଙ୍କ ନେତୃତ୍ୱରେ ଏହି ଧର୍ମଘଟ କରାଯାଉଛି। ଏମାନଙ୍କ ଦାବି ରହିଛି
ଅନ୍ଲାଇନ୍ ଡେଲିଭରି ଠପ୍
- କାମ ଅନୁସାରେ ଦରମା ବଢ଼ାଯାଉ
- ୧୦ମିନିଟ୍ ଡେଲିଭରି ନିୟମ ହଟାଯାଉ
- ଆବଶ୍ୟକୀୟ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପକରଣ ଦିଆଯାଉ
- ସମସ୍ତଙ୍କୁ ସମାନ କାମ ଦିଆଯାଉ
- ଗ୍ରାହକମାନେ ସମ୍ମାନର ସହ ବ୍ୟବହାର କରନ୍ତୁ
- ସ୍ୱାସ୍ଥ୍ୟ ବୀମା ପେନସନ ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ
ଡେଲିଭରି କର୍ମଚାରୀମାନଙ୍କୁ ଗିଗ୍ କର୍ମଚାରୀ ଭାବରେ ବିବେଚନା କରାଯାଏ। ଆଇଟି କ୍ଷେତ୍ରରୁ ଇ-କମର୍ସ ପର୍ଯ୍ୟନ୍ତ କ୍ଷେତ୍ରଗୁଡ଼ିକରେ ଗିଗ୍ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ନିକଟରେ ସଂସଦରେ ଏମାନଙ୍କ ସମସ୍ୟା କଥା ଉଠାଇଥିଲେ ଆପ ସାଂସଦ ରାଘବ ଚଡ୍ଡା । ଏପରିକି ଜଣେ ଡେଲିଭରି ବୟଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ସହ ତାଙ୍କ ସହ ଏକାଠି ଖାଇଥିଲେ ଓ ସମସ୍ୟା ପଚାରିବୁଝିଥିଲେ ରାଘବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/31/online-2025-12-31-20-07-43.jpg)