ଗଞ୍ଜାମ ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନିୟ ଘଟଣା, ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ

ଚାଲିଗଲା ଜଣକ ଜୀବନ, ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ, ଜଣେ ମୃତ

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ, ଜଣେ ମୃତ Photograph: (KanakNews)

କନକ ବ୍ୟୁରୋ:  ବାଣ ବସ୍ଫୋରଣରେ ଚାଲିଗଲା ଜଣକ ଜୀବନ । ବେଆଇନ ଭାବେ ଦୀପାବଳୀ ପାଇଁ ଭିଡୁଥିଲେ ବାଣ। ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ । 

ବାଣ ଫୁଟାକୁ ନେଇ କମିସନରେଟ୍ ପୁଲିସର କଟକଣା ; ରାତି ୯ଟା ପରେ ବାଣ ଫୁଟାଇଲେ ବନ୍ଧାହେବେ

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଯୁବକ ଗୋଟିଏ ଗୋଡ ଓ ଗୋଟିଏ ହାତ ଉଡିଯାଇଛି । ଖଲ୍ଲିକୋଟ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଯୁବକ ଜଣକ ହେଲେ କୈଠଡ଼ା ଗ୍ରାମର ପିଣ୍ଟୁ ପଲେଇ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe