ଦିନେ ପାଦ ତଳେ ରଖିଥିଲେ ଟ୍ରଫି, ୩ ବର୍ଷ ପରେ ପାଇଲେ କର୍ମ ଫଳ

Advertisment

ମାର୍ଶ ସେତେବେଳେ ଅତି ଅହଂକାରର ସହ କହିଥିଲେ, "ସେଥିରେ କିଛି ଭୁଲ ନାହିଁ ଏବଂ ଦରକାର ପଡ଼ିଲେ ମୁଁ ପୁଣିଥରେ ଏମିତି କରିବି।" କିନ୍ତୁ ଆଜି ୧୭ ଫେବ୍ରୁଆରି ୨୦୨୬ରେ ସମୟର ଚକ ବୁଲିଛି ।

ମାର୍ଶ ସେତେବେଳେ ଅତି ଅହଂକାରର ସହ କହିଥିଲେ, "ସେଥିରେ କିଛି ଭୁଲ ନାହିଁ ଏବଂ ଦରକାର ପଡ଼ିଲେ ମୁଁ ପୁଣିଥରେ ଏମିତି କରିବି।" କିନ୍ତୁ ଆଜି ୧୭ ଫେବ୍ରୁଆରି ୨୦୨୬ରେ ସମୟର ଚକ ବୁଲିଛି ।

Australia-Cricket

Australia-Cricket Photograph: (Kanak news)

କନକ ବ୍ୟୁରୋ: ସମୟ ବଡ଼ ବଳବାନ । ଠିକ୍ ତିନି ବର୍ଷ ତଳେ, ୧୯ ନଭେମ୍ବର ୨୦୨୩, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ୍ ଜିତିଥିଲା । ସେହି ସମୟରେ ଅଷ୍ଟ୍ରେଲୀୟ କ୍ରିକେଟର ମିଚେଲ ମାର୍ଶଙ୍କର ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି ଫଟୋରେ ମାର୍ଶ ବିଶ୍ୱକପ୍ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଆରାମରେ ବସିଥିବାର ଦେଖାଯାଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ବିବାଦ ହୋଇଥିଲା । ଅନେକ ପ୍ରଶଂସକ ଏହାକୁ ଖେଳ ଏବଂ ଟ୍ରଫି ପ୍ରତି ଅପମାନ ବୋଲି କହିଥିଲେ ।

ମାର୍ଶ ସେତେବେଳେ ଅତି ଅହଂକାରର ସହ କହିଥିଲେ, "ସେଥିରେ କିଛି ଭୁଲ ନାହିଁ ଏବଂ ଦରକାର ପଡ଼ିଲେ ମୁଁ ପୁଣିଥରେ ଏମିତି କରିବି।" କିନ୍ତୁ ଆଜି ୧୭ ଫେବ୍ରୁଆରି ୨୦୨୬ରେ ସମୟର ଚକ ବୁଲିଛି । ସେଦିନର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଆଜି ଟି-୨୦ ବିଶ୍ୱକପ୍ ୨୦୨୬ରୁ ଲଜ୍ଜାଜନକ ଭାବେ ବାହାରି ଯାଇଛି । ସୋସିଆଲ ମିଡିଆରେ ଏବେ ଏହାକୁ ‘ପ୍ରକୃତିର ନ୍ୟାୟ’ ବୋଲି କୁହାଯାଉଛି । ଯେଉଁ ଟ୍ରଫିର ଅପମାନ ମାର୍ଶ କରିଥିଲେ, ଆଜି ସେହି ଅପମାନ ପାଇଁ ଭଗବାନ ସେମାନଙ୍କୁ ଶିକ୍ଷା ଦେଇଛନ୍ତି ।

ମଙ୍ଗଳବାର ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଜିମ୍ବାୱେ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହେବାର ଥିଲା । କିନ୍ତୁ ଲଗାତାର ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରିଲା ନାହିଁ ଏବଂ ମ୍ୟାଚକୁ ବାତିଲ କରାଗଲା । ଏହି କାରଣରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଲା । ଜିମ୍ବାୱେ ମୋଟ ୫ ପଏଣ୍ଟ ପାଇ ସୁପର-୮ ପାଇଁ କ୍ୱାଲିଫାଇ କରିଥିବା ବେଳେ ଅଷ୍ଟ୍ରେଲିଆ ଏବଂ ଆୟରଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।

ଆହୁରି ପଢ଼ନ୍ତୁ... ଟି-୨୦ ବିଶ୍ବକପରେ ଲିଗ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ଚତୁର୍ଥ ବିଜୟ, ନେଦରଲ୍ୟାଣ୍ଡସକୁ ୧୭ ରନରେ ହରାଇଲା ସୂର୍ଯ୍ୟ ବାହିନୀ

ଅଷ୍ଟ୍ରେଲିଆର ଆଶା ଥିଲା ଯେ ଯଦି ଜିମ୍ବାୱେ ତାଙ୍କର ବାକି ଦୁଇଟି ଯାକ ମ୍ୟାଚ୍ ହାରିଯାଏ, ତେବେ କଙ୍ଗାରୁ ଦଳ ସୁପର-୮କୁ ଯାଇପାରିବ । କିନ୍ତୁ ପ୍ରକୃତିର ଯୋଜନା କିଛି ଅଲଗା ଥିଲା । ବର୍ଷା ଯୋଗୁଁ ଅଷ୍ଟ୍ରେଲିଆର ସମସ୍ତ ସମୀକରଣ ଧୋଇଗଲା।

ଜିମ୍ବାୱେ ଏବେ ଗ୍ରୁପ୍-G1ରେ ସ୍ଥାନ ପାଇଛି, ଯେଉଁଠାରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ପରି ଶକ୍ତିଶାଳୀ ଦଳ ଅଛନ୍ତି । ସବୁଠାରୁ ରୋମାଞ୍ଚକର କଥା ହେଉଛି, ଫେବ୍ରୁଆରି ୨୬ରେ ଚେନ୍ନାଇଠାରେ ଜିମ୍ବାୱେ ତା’ର ପ୍ରଥମ ସୁପର-୮ ମ୍ୟାଚ୍ ଭାରତ ବିପକ୍ଷରେ ଖେଳିବ ।

କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ଏକ ଶିକ୍ଷା । ଏଠାରେ ଯେତିକି ଶକ୍ତି ଅଛି, ସେତିକି ନମ୍ରତା ମଧ୍ୟ ରହିବା ଆବଶ୍ୟକ । ଅଷ୍ଟ୍ରେଲିଆର ଏହି ବିଦାୟ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ ଉଦାହରଣ । ସମୟର ଚକ୍ର ସବୁବେଳେ ଘୁରୁଥାଏ । ଆଜି ଅଷ୍ଟ୍ରେଲିଆ ନିଜର ସେହି ଭୁଲ୍‌କୁ ବୁଝିଥିବ, ଯେଉଁଥିପାଇଁ ସେମାନେ ଟ୍ରଫିକୁ ସମ୍ମାନ ଦେବା ଭୁଲିଯାଇଥିଲେ। ସେଥିପାଇଁ କୁହାଯାଏ, ସଫଳତା ସମୟରେ ପାଦ ଭୂମିରେ ରହିବା ଦରକାର, ଟ୍ରଫି ଉପରେ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe