କନକ ବ୍ୟୁରୋ : ଲିଗ୍ ପର୍ଯ୍ୟାୟରେ ଟେବୁଲ ଟପ୍ପର ଟିମ୍ ଇଣ୍ଡିଆ । ନେଦରଲାଣ୍ଡସକୁ ଅନ୍ତିମ ଲିଗ୍ ମ୍ୟାଚରେ ୧୭ ରନରେ ପରାଜିତ କରିଛି ସୂର୍ଯ୍ୟବାହିନୀ । ଏହାସହ ଲିଗ୍ ପର୍ଯ୍ୟାୟରେ ଅପରାଜୟ ରହିଛି ଭାରତ । ଶେଷ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୧୯୩ ରନ କରିଥିଲା । ଶିବମ ଦୁବେଙ୍କ ବିସ୍ଫୋରକ ଇନିଂସ ବଳରେ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ନେଦରଲାଣ୍ଡସ ଶେଷ ପର୍ଯ୍ୟନ୍ତ ଲଢିଥିଲେ ମଧ୍ୟ ବିଜୟ ବ୍ୟବଧାନ ଠାରୁ ୧୭ରନ ପଛରେ ରହିଥିଲା । ଏହାସହ ବୋଲିଂରେ ମଧ୍ୟ ଶିବମ ଦୁବେ ୨ଟି ୱିକେଟ୍ ହାସଲ କରିଥିଲେ । ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀ ୩ ୱିକେଟ ଅକ୍ତିଆର କରି ନେଦରଲାଣ୍ଡସର ଅଣ୍ଟା ଭାଙ୍ଗିଥିଲେ । ସୁପର-୮ରେ ଭାରତ ସହ ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ରହିଛନ୍ତି । ଆସନ୍ତା ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇ ସୁପର-୮ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ ।
ଅଧିକ ପଢନ୍ତୁ : କିୱି ଦଳକୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ: ଇଶାନଙ୍କ ବିସ୍ଫୋରକ ଶତକ , ୪-୧ରେ ସିରିଜ୍ ଜିତିଲା ଭାରତ
ସୁପର-୮ ମୁକାବିଲା
କାହା ସହ ଖେଳିବ ଭାରତ?
ସୁପର-୮ରେ ଗ୍ରୁପ୍-୧ରେ ରହିଛି ଟିମ୍ ଇଣ୍ଡିଆ
ଭାରତ ସହ ଏହି ଗ୍ରୁପ୍ରେ ଜିମ୍ବାୱେ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ରହିଛି
୨୨ ଫେବ୍ରୁଆରିରେ ସୁପର-୮ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ର ପ୍ରଥମ ମ୍ୟାଚ୍ ଖେଳିବ ଭାରତ
ଏହି ମ୍ୟାଚରେ ବିଜୟ ସହ ଭାରତ ବିଶ୍ବକପ ଅଭିଯାନରେ ଆଗକୁ ବଢିବାକୁ ଚାହିଁବ
୨୬ ଫେବ୍ରୁଆରିରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଜିମ୍ବାୱେ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଦଳ
ଲିଗ୍ରେ ଅଷ୍ଟ୍ରେଲିଆକୁ ଜିମ୍ବାୱେ ହରାଇଥିବାରୁ ଭାରତ ଏହି ମ୍ୟାଚ୍କୁ ହାଲୁକାରେ ନେବନାହିଁ
୧ ମାର୍ଚ୍ଚରେ କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସୁପର-୮ର ତୃତୀୟ ମୁକାବିଲା ଖେଳିବ ଭାରତ
ଗ୍ରୁପ୍-୨ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/sports-2026-02-19-08-06-24.jpeg)