ଦିନେ ସ୍ବାସ୍ଥ୍ୟ ସେବାରେ ଅବହେଳା ପାଇଁ ନାଁ ପଡୁଥିଲା;ଆଜି ହେଉଛି ସଫଳତାର ଗୁଣଗାନ

Advertisment

ବେ ସ୍ନାୟୁଶଲ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ସଫଳ ଅସ୍ତ୍ରୋପଚାର, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଦେଇଛି ନୂଆ ପରିଚୟ । ଦୁଇଜଣ ରୋଗୀଙ୍କ ସଫଳ ସ୍ନାୟୁଶଲ୍ୟ ବିଭାଗର ସଫଳ ଅସ୍ତ୍ରୋପଚାର ପରେ ସେ ବି ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।

ବେ ସ୍ନାୟୁଶଲ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ସଫଳ ଅସ୍ତ୍ରୋପଚାର, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଦେଇଛି ନୂଆ ପରିଚୟ । ଦୁଇଜଣ ରୋଗୀଙ୍କ ସଫଳ ସ୍ନାୟୁଶଲ୍ୟ ବିଭାଗର ସଫଳ ଅସ୍ତ୍ରୋପଚାର ପରେ ସେ ବି ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।

MKCG-Medical

MKCG-Medical Photograph: (KANAK NEWS)

କନକ ବ୍ୟୁରୋ : କେତେବେଳେ ସ୍ବାସ୍ଥ୍ୟ ସେବାରେ ଅବହେଳା ଖବର ତ ଆଉ କେତେବେଳେ ବିଭିନ୍ନ ଦୁରାରୋଗ୍ୟର ବିରଳ ଅସ୍ତ୍ରୋପଚାର ଲାଗି ଚର୍ଚ୍ଚାରେ । ଆଉ ଏବେ ସ୍ନାୟୁଶଲ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ସଫଳ ଅସ୍ତ୍ରୋପଚାର, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଦେଇଛି ନୂଆ ପରିଚୟ । ଦୁଇଜଣ ରୋଗୀଙ୍କ ସଫଳ ସ୍ନାୟୁଶଲ୍ୟ ବିଭାଗର ସଫଳ ଅସ୍ତ୍ରୋପଚାର ପରେ ସେ ବି ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ମୁଣ୍ଡରେ ଆଘାତ ଲାଗି ଶରୀର ଅଚଳ ହେବା ଫଳରେ ଭଲ ହେବା ଆଶା ଛାଡ଼ି ଦେଇଥିବା ଉଭୟଙ୍କ ପରିବାର ଏବେ ବେଶ୍ ଖୁସି ।

ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ୨୦୦୨ରେ ଏମକେସିଜି ମେଡିକାଲ କଲେଜରେ ଆରମ୍ଭ ହୋଇଥିଲା ସ୍ନାୟୁଶଲ୍ୟ ବିଭାଗ । ୨୦୦୯ରେ ତତ୍କାଳୀନ ବିଭାଗୀୟ ମୁଖ୍ୟ ସଂଜୀବ ମିଶ୍ରଙ୍କ ଅବସର ପରେ ବିଭାଗଟି ଏକ ପ୍ରକାର ନିସ୍ତେଜ ହୋଇଯାଇଥିଲା । ୨୦୨୫ ସେପ୍ଟେମ୍ବରରେ ଡାକ୍ତର ରବି ନାରାୟଣ ପଣ୍ଡା ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ ଯୋଗଦେବା ପରେ ଡାକ୍ତରୀ ଦଳକୁ ନେଇ ଗତ ୫ମାସରେ ୧୨୫ରୁ ଊର୍ଦ୍ଧ୍ବ ସଫଳ ଅସ୍ତ୍ରୋପଚାର କରିଛନ୍ତି । ଶତକଡା ୫୦ ଭାଗ କ୍ୟାନସର ପୀଡ଼ିତ ଥିବା ବେଳେ ମାତ୍ର ୨ ଗୁରୁତରଙ୍କ ମୃତ୍ୟୁ ଘଟିଛି । ଦକ୍ଷିଣ ଓଡ଼ିଶାର ଏକ ମାତ୍ର ରେଫରାଲ ହସ୍ପିଟାଲ ଏମ୍‌କେସିଜି ଏବେ ସ୍ବାସ୍ଥ୍ୟ ସେବାରେ ଅଗ୍ରଗତି ଲାଗି ଚର୍ଚ୍ଚାରେ । 

ଅଧିକ ପଢ଼ନ୍ତୁ---ସରୁନି ରାସ୍ତା ଯନ୍ତ୍ରଣା ; ଅଭିଯୋଗ ପରେ ବି ଶୁଣୁନାହାନ୍ତି ଅଧିକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe