କନକବ୍ୟୁରୋ :  ଓମ୍‌ସା ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । କହିଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କହିଲେ, ଆଲୋଚନା ଦ୍ବାରା ସବୁ ସମସ୍ୟାର ସମାଧାନ ସମ୍ଭବ । କାର୍ଯ୍ୟ ବନ୍ଦ ନକରି ରୋଗୀ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ଅପିଲ୍‌ କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦାବି ପୂରଣ ନହେବା ଏବଂ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ଡାକ୍ତର ସଂଘ । ଏହାକୁ ନେଇ ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଓପିଡିରେ ରୋଗୀ ସେବା ବନ୍ଦ କରିଛନ୍ତି ସରକାରୀ ଡାକ୍ତର ସଂଘ ।

Advertisment

ଅଧିକ ପଢନ୍ତୁ .. ବିଡିଓଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ ଘଟଣା ; ବ୍ଲକରେ ତାଲା ପକାଇଲେ ଅଧିକାରୀ

ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏହାପରେ ଆସନ୍ତା ୨୭ ତାରିଖରୁ ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଓମ୍‌ସା ।
ଓମ୍‌ସାର ୧୦ ମୁଖ୍ୟ ଦାବି
୧.ପଦୋନ୍ନତି: ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଡାକ୍ତରମାନଙ୍କୁ ସମୟାନୁସାରେ ପଦୋନ୍ନତି ପ୍ରଦାନ କରିବା
୨.କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା: ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାକୁ କଡ଼ା ନିୟମ ପ୍ରଣୟନ ଏବଂ ସୁରକ୍ଷା ବାହିନୀ ନିୟୋଜନ
୩.ମୂଳ ଦରମା ବୃଦ୍ଧି: ଡାକ୍ତରମାନଙ୍କର ପ୍ରାରମ୍ଭିକ ମୂଳ ଦରମା ଏବଂ ଭତ୍ତାକୁ ସଂଶୋଧନ କରି ଅନ୍ୟାନ୍ୟ କ୍ୟାଡର ସହ ସମାନ କରିବା
୪.ସ୍ୱଚ୍ଛ ବଦଳି ନୀତି: ଡାକ୍ତରଙ୍କ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ପତି-ପତ୍ନୀ ଆଧାରରେ ବଦଳିକୁ ଅଧିକ ପ୍ରାଧାନ୍ୟ ଦେବା
୫.ପଦବୀ ପୂରଣ: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଖାଲି ପଡ଼ିଥିବା ହଜାର ହଜାର ଡାକ୍ତର ପଦବୀକୁ ତୁରନ୍ତ ପୂରଣ କରିବା
୬.କ୍ୟାଡର ପୁନର୍ଗଠନ: ଓଡ଼ିଶା ମେଡିକାଲ ସେବା (OMS) କ୍ୟାଡରର ପୁନର୍ଗଠନ କରି ପଦୋନ୍ନତିର ସୁଯୋଗ ବୃଦ୍ଧି କରିବା
୭.କର୍ପସ ଫଣ୍ଡ: କାର୍ଯ୍ୟରତ ଡାକ୍ତରଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା
୮.ଏନ୍‌ପିଏ: ଡାକ୍ତରମାନଙ୍କୁ ଦିଆଯାଉଥିବା ‘ଅଣ-ଘରୋଇ ଚିକିତ୍ସା ଭତ୍ତା’କୁ କେନ୍ଦ୍ରୀୟ ହାରରେ ବୃଦ୍ଧି କରିବା
୯.ଉତ୍ତମ ଭିତ୍ତିଭୂମି: ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ରହିବା ପାଇଁ ଉନ୍ନତ ଆବାସିକ ବ୍ୟବସ୍ଥା ଯୋଗାଇବା
୧୦.ଅତିରିକ୍ତ କାର୍ଯ୍ୟଭାର ହ୍ରାସ: ଡାକ୍ତରଙ୍କୁ କେବଳ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ଉପରୁ ଅଣ-ଚିକିତ୍ସା କିମ୍ବା କିରାଣି କାମର ଚାପ କମାଇବା