ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ,  ଅସ୍ଥାୟୀ ହାଚେରୀରେ ରଖିଲେ ବନ କର୍ମଚାରୀ

Advertisment

ନିର୍ଦ୍ଧାରିତ ସମୟର ଦୁଇ ମାସ ପୂର୍ବରୁ ଅଣ୍ଡାଦାନ କରିଥିବା ସୂଚନା

ନିର୍ଦ୍ଧାରିତ ସମୟର ଦୁଇ ମାସ ପୂର୍ବରୁ ଅଣ୍ଡାଦାନ କରିଥିବା ସୂଚନା

olive ridley turtle

olive ridley turtle Photograph: (KanakNews)

କନକ ବ୍ୟୁରୋ:  ଚଳିତ ମାସରୁ ଆରମ୍ଭ ହୋଇଛି ଅଲିଭ ରିଡ଼ଲେଙ୍କ ପ୍ରଜନନ ଋତୁ । ତେବେ ସୁରକ୍ଷିତ ଅଣ୍ଡାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବିଶେଷକରି ଅଲିଭ ରିଡ଼ଲେ ଫେବୃଆରୀ ମାସରେ ଅଣ୍ଡାଦାନ କରନ୍ତି । କିନ୍ତୁ ପୁରୀ ବନ୍ୟପ୍ରାଣୀ ବିଭାଗରେ ଥିବା ଦୁଇଟି ସ୍ଥାନରେ ଅଲିଭ ରିଡ଼ଲେ କଇଁଛ ମାନେ ଅପ୍ରତ୍ୟସିତ ଭାବେ କୁଳକୁ ଆସି ଅଣ୍ଡାଦାନ କରିଛନ୍ତି ।

ଅଧିକ ପଢନ୍ତୁ : ଅଚଳ ପାଟ୍ରୋଲିଂ ବୋଟ୍‌ ; ଅଲିଭ୍‌ ରିଡଲେଙ୍କ ସୁରକ୍ଷା ନେଇ ପ୍ରଶ୍ନ

ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୋଟିଏ କଇଁଛ କେଳୁଣୀ ମୁହାଣ ନିକଟସ୍ଥ କଁରପୁର ଠାରେ କୂଳକୁ ଆସି ୧୨୪ଟି ଅଣ୍ଡାଦେଇ ଥିବାବେଳେ ଅରଖକୁଦ ଠାରେ ଆଉ ଏକ କଇଛ ୯୦ଟି ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯାଇଛି । ବନ କର୍ମଚାରୀ ମାନେ ଦୁଇଟି କଇଁଛକୁ ଠାବକରି ସେ ଅଣ୍ଡାସବୁକୁ ଏକ ଅସ୍ଥାୟୀ ହାଚରିରେ ରଖିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe