କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ପାଟ୍ରୋଲିଂ ପାଇଁ ଥିବା ଦୁଇଟି ସ୍ପିଡ ବୋଟ ଅଚଳ ହୋଇପଡିଛି । ଯାହା ଦ୍ବାରା ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ପାଟ୍ରୋଲିଂ ପାଇଁ ଟ୍ରଲରର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି । ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ରାଜନଗରର ଗହୀରମଥା । ସମଗ୍ର ବିଶ୍ୱରେ ଉପଲବ୍ଧ ଅଲିଭ୍ରିଡ୍ଲେ ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି ହେଲେ ଏମାନଙ୍କ ସୁରକ୍ଷା ପ୍ରହସନ ପାଲଟିଛି । ଅତିଥି କଇଁଛଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ପାଇଁ ଥିବା ୨ଟି ହାଇସ୍ପିଡ୍ ବୋଟ୍ ଗହୀରମଥା-୧ ଓ ଗହୀରମଥା-୨ ଅଚଳ ହୋଇପଡ଼ିଛି । ଭଡ଼ାରେ ଟ୍ରଲର ପାଇଁ ଟେଣ୍ଡର ବି ଡକାଯାଇନି । ଅଥଚ ବନବିଭାଗ ପାଟ୍ରୋଲିଂ କରୁଛି ବୋଲି ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ଡିଏଫ୍ଓ ।
ପ୍ରତିବର୍ଷ ପାଟ୍ରୋଲିଂ ଅଭାବରୁ ଗଭୀର ସମୁଦ୍ର ମଧ୍ୟରେ ମାଛ ମାଫିଆଙ୍କ ଯୋଗୁଁ ଶହଶହ କଇଁଛ ମରିପଡ଼ିଥିବାର ଚିତ୍ର ଦେଖିବାକୁ ମିଳେ। ଏତେ ସବୁ ପରେ ବି ଚଳିତ ବର୍ଷ ବନ ବିଭାଗ ତରଫରୁ ଅବହେଳାକୁ ନେଇ ପରିବେଶବିତ୍ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଖୁବ୍ଶୀଘ୍ର ବୋଟ୍ ଗୁଡ଼ିକୁ ମରାମତି କରାଯାଇ ପାଟ୍ରୋଲିଂରେ ନିୟୋଜିତ କରାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।
ଅଧିକ ପଢନ୍ତୁ :ଚକ୍ରବ୍ୟୂହରେ ବଡ଼ ମାଓନେତା! ସରଣ୍ଡା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ
ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚଳିତବର୍ଷ ନଭେମ୍ବର ୧ ରୁ ଗହୀରମଥା ସମେତ ଧାମରା ଠାରୁ ଦେବୀ ନଦୀ ମୁହାଁଣ ଯାଏଁ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି । ହେଲେ ବିନା ପାଟ୍ରୋଲିଂରେ କଇଁଛମାନଙ୍କୁ କିପରି ସୁରକ୍ଷା ଦିଆଯିବ ? ସେ ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/13/olive-ridley-turtle-2025-11-13-18-22-58.jpg)