କନକବ୍ୟୁରୋ : ଆଜି ଦେଶବ୍ୟାପୀ ଧର୍ମଘଟ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର । ଅନଲାଇନ୍ ପ୍ଲାଟଫର୍ମରେ ଚାଲୁଥିବା ଏଗ୍ରିମେଣ୍ଟ ବା ମାଲିକ ମାନଙ୍କ ଶୋଷଣ ବିରୋଧରେ ୬ ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ଏହି ବିରୋଧ ପ୍ରଦର୍ଶନର ନାଁ ଦିଆଯାଇଛି ‘ଅଲ ଇଣ୍ଡିଆ ବ୍ରେକଡାଉନ୍’ । ଏହି ଆନ୍ଦୋଳନ ତେଲେଙ୍ଗାନା ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀ ସଂଘ ଦ୍ବାରା ପରିଚାଳନା ହେବ । ଯାହାଦ୍ବାରା ଅନେକ ସାଧାରଣ ଲୋକ, ଯେଉଁମାନେ ଓଲା, ଉବେରୋ ଓ ରାପିଡୋ ଉପରେ ନିର୍ଭର କରନ୍ତି ସେମାନେ ସମସ୍ୟା ଭୋଗିବେ।
ଅଧିକ ପଢନ୍ତୁ... ଆଜି ଟ୍ରିବ୍ୟୁନାଲରେ ହେବ ମହାନଦୀ ବିବାଦର ୫୦ତମ ଶୁଣାଣି : ଗତ ୭ ବର୍ଷ ଧରି ସମସ୍ୟାର ହୋଈପାରୁନି ସମସ୍ୟା
କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫କୁ ଉଲ୍ଲେଖ କରିଛି। ଯେଉଁଥିରେ କୁହାଯାଇଛି, ଅନେକ ରାଜ୍ୟରେ ଓଲା, ଉବେର ଓ ରାପିଡୋ ଭଳି ଏଗ୍ରିଗେଟର ମାନେ ୨୦୨୫ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମେଟ୍ରୋ ଭେଇକିଲ୍ ଏଗ୍ରିଗେଟର ଗାଇଡଲାଇନ୍ ମାନୁନାହାନ୍ତି । ରାଜ୍ୟମାନେ ଏ ନେଇ କଠୋର ହେଉନାହାନ୍ତି । ଆପ୍ଲିକେସନରେ ଦିଆଯାଉଥିବା ଆଲଗୋରିଦମ୍ ଓ ଅନ୍ୟ କିଛି କାରଣ ବାହାନାରେ ସେମାନଙ୍କର ଆୟ ବା ପ୍ରାପ୍ୟ କମିଯାଉଛି । ସେମାନଙ୍କୁ ଏଗ୍ରିଗେଟର ଗାଇଡଲାଇନ୍ ଅନୁସାରେ ମୂଳ ପ୍ରାପ୍ୟ ବି ମିଳୁନାହିଁ । ଅନ୍ୟପଟରେ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗାଡ଼ି ଲଗାଇବାକୁ ବିରୋଧ କରିଛନ୍ତି ।
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/ola-2026-02-07-08-03-29.jpg)