କନକ ବ୍ୟୁରୋ; ଫେବୃଆରି ୭ତାରିଖ ଶନିବାର ଦିନ ଦେଶବ୍ୟାପି ଧର୍ମଘଟ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର । ଅନଲାଇନ୍ ପ୍ଲାଟଫର୍ମରେ ଚାଲୁଥିବା ଏଗ୍ରିମେଣ୍ଟ ବା ମାଲିକମାନଙ୍କ ଶୋଷଣ ବିରୋଧରେ ୬ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ଏହି ବିରୋଧ ପ୍ରଦର୍ଶନକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ୍’ର ନାଁ ଦିଆଯାଇଛି। ଏହି ଆନ୍ଦୋଳନ ତେଲେଙ୍ଗାନା ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀ ସଂଘ ଦ୍ବାରା ପରିଚାଳନା ହେବ, ଯାହା ଦ୍ବାରା ଅନେକ ସାଧାରଣ ଲୋକ, ଯେଉଁମାନେ ଓଲା, ଉବେରୋ ଓ ରାପିଡୋ ଉପରେ ନିର୍ଭର କରନ୍ତି ସେମାନେ ସମସ୍ୟା ଭୋଗିବେ ।
ଅଧିକ ପଢନ୍ତୁ; ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି
କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫କୁ ଉଲ୍ଲେଖ କରିଛି, ଯେଉଁଥିରେ କୁହାଯାଇଛି, ଅନେକ ରାଜ୍ୟରେ ଓଲା, ଉବେର ଓ ରାପିଡୋ ଭଳି ଏଗ୍ରିଗେଟରମାନେ ୨୦୨୫ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମେଟ୍ରୋ ଭେଇକିଲ୍ ଏଗ୍ରିଗେଟର ଗାଇଡଲାଇନ୍ ୨୦୨୫ ମାନୁନାହାନ୍ତି । ରାଜ୍ୟମାନେ ଏ ନେଇ କଠୋର ହେଉନାହାନ୍ତି। ଆପ୍ଲିକେସନରେ ଦିଆଯାଉଥିବା ଆଲଗୋରିଦମ୍ ଓ ଅନ୍ୟ କିଛି କାରଣ ବାହାନାରେ ସେମାନଙ୍କର ଆୟ ବା ପ୍ରାପ୍ୟ କମିଯାଉଛି । ସେମାନଙ୍କୁ ଏଗ୍ରିଗେଟର ଗାଇଡଲାଇନ୍ ଅନୁସାରେ ମୂଳ ପ୍ରାପ୍ୟ ବି ମିଳୁନାହିଁ। ଅନ୍ୟପଟରେ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗାଡ଼ି ଲଗାଇବାକୁ ସେମାନେ ବିରୋଧ କରିଛନ୍ତି ।
ସଂଘ କହିଛି ଯେ ଓଲା, ଉବେର, ରାପିଡୋ ଓ ଅଟୋ, କ୍ୟାବ୍ ଏବଂ ବାଇକ୍ ଟ୍ୟାକ୍ସି ପରିଚାଳନା କରୁଥିବା ଅନ୍ୟାନ୍ୟ ଏଗ୍ରିଗେଟର ପ୍ଲାଟଫର୍ମରେ କାମ କରୁଥିବା ଆରୋହୀମାନଙ୍କ ପାଇଁ କୌଣସି ସରକାରୀ ସ୍ଥିର ଭଡ଼ାର ବ୍ୟବସ୍ଥା ନାହିଁ, ତେଣୁ କମ୍ପାନୀଗୁଡ଼ିକ ନିଜସ୍ଵ ଭାବେ ଭଡ଼ା ସ୍ଥିର କରୁଛନ୍ତି । ଯାହାଫଳରେ ଲକ୍ଷ ଲକ୍ଷ ଆପ୍-ଆଧାରିତ ଡ୍ରାଇଭରମାନେ ଦାରିଦ୍ର୍ୟ ଭିତରକୁ ଠେଲି ହେଉଛନ୍ତି ଯେତେବେଳେ କି ଏଗ୍ରିଗେଟର କମ୍ପାନୀଗୁଡ଼ିକ ଲାଭ ଅର୍ଜନ କରୁଛନ୍ତି । ତେଣୁ ଏହି ଦାବି ପୂରଣ ନେଇ କାର୍ଯ୍ୟବନ୍ଦ ଡାକରା ଦେଇଛି ସଂଘ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/06/ola-uber-and-rapido-2026-02-06-18-17-37.jpg)