ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୬ ବର୍ଷରେ ପଦାର୍ପଣ

Advertisment

୧୯୬୦ ମସିହା ଡିସେମ୍ବର ୨୯ରେ ପ୍ରତିଷ୍ଠା  ହୋଇଥିବା ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ବ୍ୟାପକ ଯୋଜନାର ଶୁଭାରମ୍ଭ କରାଯାଇଛି।

୧୯୬୦ ମସିହା ଡିସେମ୍ବର ୨୯ରେ ପ୍ରତିଷ୍ଠା  ହୋଇଥିବା ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ବ୍ୟାପକ ଯୋଜନାର ଶୁଭାରମ୍ଭ କରାଯାଇଛି।

NANDANKANAN

Photograph: (KANAKNEWS)

କନକବ୍ୟୁରୋ : ୧୯୬୦ ମସିହା ଡିସେମ୍ବର ୨୯ରେ ପ୍ରତିଷ୍ଠା  ହୋଇଥିବା ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ବ୍ୟାପକ ଯୋଜନାର ଶୁଭାରମ୍ଭ କରାଯାଇଛି। ଜୈବ ବିବିଧତା ସୁରକ୍ଷା ଓ ପର୍ଯ୍ୟଟନ ବିକାଶ ଉଦ୍ଦେଶ୍ୟରେ  ବିଭିନ୍ନ ଯୋଜନା ଗ୍ରହଣ କରାଯାଇଛି।  

ଏହି ଅବସରରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଚିଡ଼ିଆଖାନାରେ ଅନେକ ନୂତନ ପ୍ରାଣୀ ଖୁଆଡ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ଉତ୍ତର-ପୂର୍ବ ପାନୋରୋମା, ଛୋଟ ଜଙ୍ଗଲୀ ବିଲେଇ ଏନକ୍ଲୋଜର, କଲରାପତରିଆ ବାଘ ଖୁଆଡ଼,  ଏସୀୟ ପାମ୍ ସିଭେଟ୍  ଏବଂ ପାଙ୍ଗୋଲିନ୍ ଏନକ୍ଲୋଜର, ଉଦ୍ୟାନ କୃଷି ୟୁନିଟ୍, ତୃଣଭୋଜୀ ସଂକ୍ଲୋଜର କେନ୍ଦ୍ର ଏବଂ ସରୀସୃପ ସଂକ୍ଲୋଜର କେନ୍ଦ୍ର ଉଦଘାଟନ କରିବେ। ଏହା ବ୍ୟତୀତ, ଚିଡ଼ିଆଖାନାରେ ଜନ୍ମିତ ପ୍ରାଣୀ ଶାବକମାନଙ୍କର ନାମକରଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବାଘ ଶାବକ, ସିଂହ ଶାବକ, ଚିମ୍ପାଞ୍ଜି ଶାବକ ଏବଂ ହିମାଳୟାନ କଳା ଭାଲୁ ଶାବକଙ୍କର ନାମ କରଣ କରାଯିବ।

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ ହେବ କଡ଼ାକଡ଼ି ନିୟମ

ଉଲ୍ଲେଖନୀୟ ସେବା ପାଇଁ ୨୧ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ। ବର୍ତ୍ତମାନ ନନ୍ଦନକାନନରେ ୧୭୭ ପ୍ରଜାତିର ୪୧୧୦ଟି ପ୍ରାଣୀ ଅଛନ୍ତି ଏବଂ ୯୭ ଜଣ କର୍ମଚାରୀ ଏହାର ସୁଚାରୁ ପରିଚାଳନାରେ ନିଯୁକ୍ତ ଅଛନ୍ତି।  ସୂଚନାଯୋଗ୍ୟ,ଜଳଫୁଆରା ଛକର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଆରମ୍ଭ ହୋଇଛି। ଓଧ, ଦେଶୀ ଭାଲୁ ଓ ଗାଡ଼ ଭାଲୁଙ୍କ ପାଇଁ ନୂଆ ଖୁଆଡ଼, ମଳିଆପତନୀ ଓ ତାଳି ଓଧ ଖୁଆଡ଼ ସହ ଉଦ୍ୟାନ କୃଷି ବିଭାଗର ଉନ୍ନତିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ପ୍ରାଣୀମାନଙ୍କର ରହିବା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe