କନକବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ନିୟମ । ଚାଲିବନି ହିରୋଗିରି, ନିଶା ଖାଇ ଧରାପଡିଲେ, ଥାନାରେ କଟିବ ନୂଆ ବର୍ଷ ରାତି। ନିୟମ ଭିତରେ ରହିବେ ବାର, ହୋଟେଲ, କ୍ଳବ ଓ ଇଭେଣ୍ଟ ଅର୍ଗନାଇଜର । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ । ଆଗକୁ ଜ଼ିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷ ପାଇଁ ଟ୍ୱିନ ସିଟିରେ ନିୟମ କଡ଼ାକଡ଼ି କରାଯାଇଛି ।
ହ୍ୟୁମାନ ସାଗର ମୃତ୍ୟୁ ମାମଲା : କଟକ ଡିସିପିଙ୍କ ସୂଚନା ଯାଞ୍ଚ କରାଯାଉଛି କାଗଜପତ୍ର
ରାସ୍ତାରେ ଯିବା ଆସିବା ବେଳେ, ନିୟମ ମାନିବା ବାଧ୍ୟତା ମୂଳକ । ମାଳ ମାଳ ପୁଲିସ ରାସ୍ତା ଉପରେ ମାରିବେ ପଇଁତରା ଓ ମଦ ପିଇ ଥିବା ବ୍ୟକ୍ତି ବିଶେଷ ସାଙ୍ଗରେ ଡ୍ରାଇଭର ନେଇ ଘରକୁ ଫେରିବେ। ମଦ ପିଇ ରାସ୍ତାରେ ଉପରେ ଉତ୍ପାତ କଲେ, କିମ୍ବା ନିଶାଶକ୍ତ ଅବସ୍ଥାରେ ଧରା ପଡିଲେ, ଥାନାରେ କଟିବ ନୂଆବର୍ଷ ।
କ୍ଳବ, ବାର, ହୋଟେଲ ମାନଙ୍କରେ ମାଲିକ, ମ୍ୟାନେଜର ସମସ୍ତ ନିୟମ ଉପରେ କଡା ନଜର ରଖିବେ ଓ ଭିତରକୁ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥରେ ଏଣ୍ଟ୍ରିଂ ଓ ଏଗଜିଟର ଭିଜିବୁଲ ସାଇନ ବୋର୍ଡ ଲଗାଇବା ବାଧ୍ୟତାମୂଳକ। ଯେପରି କୌଣସି ଇଲେକଟ୍ରିକ ସର୍ଟ ସର୍କିଟ ହେବ ନାହିଁ ତା ଉପରେ ଧ୍ୟାନ ଦେବେ। ନିର୍ଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ସେଲିବ୍ରେସନ ଅନୁମତି ଦିଆଯାଇଛି। ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ ଟିମ ସହ ସହରର ବିଭିର୍ନ ସ୍ଥାନରେ ନାକା ଲାଗିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/29/xero-2025-12-29-15-44-43.jpg)