କନକ ବ୍ୟୁରୋ: ମୁମ୍ବାଇରେ ଆରମ୍ଭ ହୋଇଛି ୫ ଦିନିଆ ମାରିଟାଇମ ସମ୍ମିଳନୀ । ସମ୍ମିଳନୀରେ ଭାରତର ସାମୁଦ୍ରିକ ଶକ୍ତିର ବ୍ଲୁପ୍ରିଣ୍ଟ ଦେଖିବ ସାରା ବିଶ୍ୱ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ରାଜ୍ୟର ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଷ୍ଟଲ । ଯାହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

Advertisment

ମୁମ୍ୱାଇର ନେସ୍କୋ ଗ୍ରାଉଣ୍ଡରେ ଚାଲିଛି ମାରିଟାଇମ ସପ୍ତାହ । ଆଉ ଏଥିରେ  ରାଜ୍ୟ ବାଣିଜ୍ୟ ଓ ପରିବହନ ପକ୍ଷରୁ ଖୋଲାଯାଇଛି ଓଡିଶାର ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଷ୍ଟଲ୍ । ମୁମ୍ବାଇରେ ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଠାରେ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ଆଧୁନିକ ବନ୍ଦର ଭିତ୍ତିଭୂମି ଏବଂ ମହତ୍ୱାକାଂକ୍ଷୀ ନୀଳ ଅର୍ଥନୀତି ରୋଡମ୍ୟାପ୍ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଓଡିଶା ଭାରତର ପୂର୍ବ ସାମୁଦ୍ରିକ ପୁନରୁଥାନାର ଏକ ପ୍ରମୁଖ ବାହକ ଭାବରେ ଠିଆ ହୋଇଛି । ଷ୍ଟଲରେ ଓଡିଶା ନୌବାଣିଜ୍ୟ ଉପରେ ଆଧାରିତ ବାଲୁକା କଳା ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ।

ଆହୁରି ପଢନ୍ତୁ... ଆବାସ ଯୋଜନା ସାତ ସପନ; ପାଲ ତଳେ ବିତୁଛି ଜୀବନ

ମାରିଟାଇମ ସପ୍ତାହକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ । ସେ କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଭାରତର ବିଶ୍ବର ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି । 

-ଦେଶରେ ୭ହଜାର ୫ ଶହ କିଲୋମିଟରର ଉପକୂଳ ଅଛି
-୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୁଦ୍ରକୂଳକୁ ଲାଗିଛି
-୨୩.୭ ଲକ୍ଷ ବର୍ଗ କିଲୋମିଟରର ସ୍ବତନ୍ତ୍ର ଅର୍ଥନୈତିକ ଜୋନ ରହିଛି
- ସାଗରମାଳା ପରିଯୋଜନା ଅଧୀନରେ ୭୦ ପ୍ରକଳ୍ପର କାମ ସରିଛି
-ଜିଡିପିରେ ମ୍ୟାରିଟାଇମ କ୍ଷେତ୍ରର ଯୋଗଦାନ ୬୦ ପ୍ରତିଶତ ରହିଛି 

ଭାରତୀୟ ବନ୍ଦର ସଂଘ ସହଭାଗିତାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ୩୧ ତାରିଖ ଯାଏଁ ଚାଲିବ । ଏଥିରେ ଭାରତ ଓ ବିଦେଶର ପ୍ରାୟ ଲକ୍ଷେରୁ ଅଧିକ ସାମୁଦ୍ରିକ ଶିଳ୍ପର ମୁଖ୍ୟ, ନୀତି ନିର୍ଦ୍ଧାରକ ଓ ନିବେଶକ ସାମିଲ ହୋଇଛନ୍ତି ।  ଆସନ୍ତା ୨୯ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ ।