କନକ ବ୍ୟୁରୋ : ମାଫିଆଙ୍କ ପାଇଁ ଚରାଭୂଇଁ ପାଲଟିଛି ଓଡିଶାର ଜଙ୍ଗଲ । କେତେବେଳେ ପୁଷ୍ପାରାଜ ଭଳି ମୂଲ୍ୟବାନ କାଠକୁ ଚୋରାଚାଲାଣ କରୁଛନ୍ତି ଆଉ କେତେବେଳେ ଶହ ଶହ ହେକ୍ଟର ଜଙ୍ଗଲ ଜମି ଜବର ଦଖଲ କରି ତିଆରି କରୁଛନ୍ତି ନିଜର କଳା ସାମ୍ରାଜ୍ୟ । ଯାହାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ଏବଂ ରାଜସ୍ୱ ମନ୍ତ୍ରୀ ଦେଇଛନ୍ତି କଡ଼ା ଚେତାବନୀ ।
ଅତ୍ର, ତତ୍ର ସର୍ବତ୍ର । ସବୁଆଡ଼େ ମାତିଛନ୍ତି ଜମି ମାଫିଆ । ପୂର୍ବରୁ ସରକାରୀ ଜମି, ଗୋଚର ଜମି ଜବର ଦଖଲ କରୁଥିଲେ । ଏବେ କିନ୍ତୁ ନୂଆ ତରିକାରେ ଜଙ୍ଗଲ ଭିତରକୁ ପସିଲେଣି । ଏହାକୁ ନେଇ ବିଧାନସଭାରୁ ଯେଉଁ ତଥ୍ୟ ଆସିଛି ତାହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶହ ଶହ ହେକ୍ଟର ଜଙ୍ଗଲ ଜମି ଏବେ ମାଫିଆଙ୍କ କବଜାରେ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଗୃହରେ ଲିଖିତ ଉତ୍ତରରେ କହିଛନ୍ତି, ଜବରଦଖଲକାରୀଙ୍କ ହେପାଜତରେ ରାଜ୍ୟର ବହୁ ମୂଲ୍ୟବାନ ୧୬୬ ହେକ୍ଟର ଜଙ୍ଗଲ ଜମି । ପ୍ରଶାସନ ତରଫରୁ ଜମି ଜବରଦଖଲମୁକ୍ତ କରିବାକୁ ୭ ହଜାର ୫୮୦ଟି ମାମଲା ରୁଜୁ କରାଯାଇଛି ।
ଅଧିକ ପଢ଼ନ୍ତୁ : ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଜିଲ୍ଲାର ବାଲି ମାଫିଆଙ୍କ ଉପରେ ଚଢ଼ାଉ
ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜବରଦଖଲକାରୀଙ୍କୁ କଡା ଚେତାବନି ଦେଇଛନ୍ତି । ସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ପାଇଁ ଖର୍ଚ୍ଚ ଟଙ୍କା ତାଙ୍କ ପାଖରୁ ଆଦାୟ କରିବେ ସରକାର ।
ତେଲଗୁ ଫିଲ୍ମରେ ପୁଷ୍ପାରାଜ ଯେମିତି ରକ୍ତ ଚନ୍ଦନକୁ ବାହାରକୁ ଚୋରାଚାଲାଣ କରୁଥିଲେ । ଠିକ୍ ସେହିଭଳି ଓଡିଶା ଜଙ୍ଗଲରେ ବି ମାତିଛନ୍ତି କିଛି କାଠ ତସ୍କରୀ । ଯେଉଁମାନେ ଓଡ଼ିଶାର ମୂଲ୍ୟବାନ କାଠକୁ ଚୋରା ଚାଲାଣ କରି ରାଜ୍ୟ ପାର କରୁଛନ୍ତି । ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଯେଉଁ ତଥ୍ୟ ଆସିଛି ତାହା ବେଶ ଚମକାଇଲା ଭଳି । ୩ ବର୍ଷରେ କାଠ ଚୋରି କରି ମାଫିଆ ଗଣିଛନ୍ତି ୭ କୋଟି ୪୫ ଲକ୍ଷ ଟଙ୍କାର ଜରିମାନା । କିଛି ମାତ୍ରାରେ ମାଫିଆଙ୍କୁ ମଧ୍ୟ ସାବାଡ କରାଯାଇଛି । ତିନି ବର୍ଷ ଭିତରେ ୨୧ ହଜାର ୧୬୬ କାଠ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/11/forest-land-2025-12-11-21-10-23.jpg)