Sevika Photograph: (Kanak News)
କନକ ବ୍ୟୁରୋ : ଶିକ୍ଷାବର୍ଷ ସରିବ । ହେଲେ ଏଯାଏଁ ନା ନିଯୁକ୍ତି ହେଲେ ଶିଶୁ ସେବିକା ନା ଛାତ୍ରଛାତ୍ରୀଙ୍କୁ ମିଳିଲା ପୋଷାକ । ରାଜ୍ୟରେ ୪୫ହଜାରରୁ ଅଧିକ ସ୍କୁଲରେ ଖୋଲିଛି ଶିଶୁବାଟିକା । ଲକ୍ଷ୍ୟ ଥିଲା ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା । ହେଲେ ପାଠ ପଢାଇବାକୁ ନାହଁନ୍ତି ସ୍ୱତନ୍ତ୍ର ଶିକ୍ଷକ କି ଜଗିବାକୁ ନାହଁନ୍ତି ସେବିକା ।
ଅଧିକ ପଢ଼ନ୍ତୁ : ସ୍କୁଲ ୟୁନିଫର୍ମ ବଣ୍ଟନରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ, ୮ ବିଇଓ ଓ ୨୩୭ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ
ଜାତୀୟ ଶିକ୍ଷା ନୀତି ଆଧାରରେ ଚଳିତ ଶିକ୍ଷାବର୍ଷରୁ ପ୍ରାଥମିକ ବିଦ୍ୟାଳୟରେ ଖୋଲିଛି ଶିଶୁବାଟିକା । ଶିଶୁବାଟିକା ପାଇଁ ସ୍ୱତନ୍ତ୍ର ଶିଶୁସେବିକା ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ବି ପ୍ରକାଶ ପାଇଥିଲା । ଏହାରି ଭିତରେ ଛଅ ମାସ ବିତିଲାଣି । ହେଲେ ଏ ଯାଏଁ ନିଯୁକ୍ତି ହେଲେନି ଶିଶୁ ସେବିକା । ଫଳରେ ପ୍ରାଥମିକ ଶିକ୍ଷକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ୁଛି । ଅନେକ ସ୍କୁଲରେ ଶିକ୍ଷକଙ୍କ ଅଭାବ ବି ରହିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବେ ନା ଶିଶୁବାଟିକା ପିଲାଙ୍କୁ ସମ୍ଭାଳିବେ । ତାକୁ ନେଇ ଦ୍ଵନ୍ଦରେ ଶିକ୍ଷକ । ନିୟମାବଳୀ ଭିତ୍ତିରେ ଶିଶୁସେବିକାଙ୍କ ତାଲିକା ପ୍ରସ୍ତୁତ କରି ଵିଇଓ ଏବଂ ଡିଇଓ କାର୍ଯ୍ୟାଳୟକୁ ଦିଆଯାଇଛି । ହେଲେ ଏବେ ନାଲି ଫିତା ତଳେ ଶିଶୁସେବିକା ନିଯୁକ୍ତି ପ୍ରକ୍ରିୟା ।
ଭିତ୍ତିଭୂମି ପ୍ରସ୍ତୁତ କରି ନୂଆ ଶିକ୍ଷାନୀତି ଲାଗୁ କରିବାର ଥିଲା । କିନ୍ତୁ ସେ ସବୁ ନ କରି ଶିକ୍ଷା ନୀତି ଲାଗୁ କଲେ । ଫଳରେ ଶିକ୍ଷାବର୍ଷ ସରିବାକୁ ଆସିଲାଣି, ହେଲେ ଶିଶୁ ସେବିକା ନିଯୁକ୍ତି ହେଲେନି କି ଛାତ୍ରଛାତ୍ରୀଙ୍କୁ ମିଳିଲାନି ୟୁନିଫର୍ମ । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭଳି ଶିଶୁବାଟିକା ପିଲାଙ୍କୁ ୟୁନିଫର୍ମ ଦେବାକୁ ଘୋଷଣା ହୋଇଥିଲା । ହେଲେ ଏନେଇ କୌଣସି ସ୍ୱତନ୍ତ୍ର ପାଣ୍ଠି ର ବ୍ୟବସ୍ଥା ହୋଇନି ।
Follow Us