କନକ ବ୍ୟୁରୋ : ଭାରତ ଓ ଜାପାନ ସମ୍ପର୍କ ଅତି ପ୍ରାଚୀନ। ଓଡ଼ିଶାର କଳା, ସଂସ୍କୃତି, ପର୍ବପର୍ବାଣୀ ସହ ଜାପାନର ଅନେକ ସାମଞ୍ଜସ୍ୟ ରହିଛି। ଏହି ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଓଡ଼ିଶା-ଜାପାନ ସାଂସ୍କୃତିକ ମହୋତ୍ସବ ଆରମ୍ଭ ହୋଇଛି। ଜାପାନୀ କଳାକାରଙ୍କ ନୃତ୍ୟ, ସଙ୍ଗୀତ, ବାଦ୍ୟରେ ଝୁମିଥିଲେ ଦର୍ଶକ ।
ପୁରୀ ତାଳବଣିଆ ପଡ଼ିଆରେ ଆରମ୍ଭ ହୋଇଛି ଦୁଇ ଦିନିଆ ଓଡ଼ିଶା-ଜାପାନ ସାଂସ୍କୃତିକ ମହୋତ୍ସବ। ସାଂସ୍କୃତିକ ମହୋତ୍ସବ ସାଙ୍ଗକୁ ଉଭୟ ଓଡ଼ିଶା ଓ ଜାପାନର ଶିକ୍ଷା, ପର୍ଯ୍ୟଟନ, ଶିଳ୍ପ, ଖାଦ୍ୟ, ହସ୍ତତନ୍ତକୁ ନେଇ ଅନେକ ଷ୍ଟଲ୍ ଖୋଲାଯାଇଛି। ଜାପାନର ୬୦ ଜଣ କଳାକାର ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନୃତ୍ୟ, ସଙ୍ଗୀତ, ବାଦ୍ୟ ପରିବେଷଣ କରିଥିଲେ। କେବଳ ଏତିକି ନୁହେଁ ହିନ୍ଦୀ ଓ ଓଡ଼ିଆ ଗୀତରେ ତାଳେ ତାଳେ ସେମାନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଅଧିକ ପଢ଼ନ୍ତୁ : ସାହିତ୍ୟ ଏକାଡ଼େମି ସଭାପତି ଚୌକିରେ ସଂସ୍କୃତି ନିର୍ଦ୍ଦେଶକ, ସାହିତ୍ୟ ଏକାଡେମି ସଭାପତି ପଦ ପାଇଁ ମାପକାଠି କଣ?
ମେରା ଜୁତା ହେ ଜାପାନୀଟ୍ଟ ଗୀତରେ ଜାପାନ କଳାକାରଙ୍କ ମନମତାଣିଆ ନୃତ୍ୟ ସହ ପାରମ୍ପରିକ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ପୁଣି ଗିଟାର, ସାକ୍ସୋଫୋନର ଧୁନ୍ ମନୋରଂଜନର ଭେଟି ଦେଇଛି। ସେପଟେ ସାୟୋନାରା ସାୟୋନାରା, ଲଭ୍ ଇନ୍ ଟୋକିଓ.. ଭଳି ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଜାପାନ କଳାକାର।
ଏହି ମହୋତ୍ସବ ଭାରତ ଓ ଜାପାନ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ସହ ଅର୍ଥନୈତିକ, ସାମାଜିକ ଅଭିବୃଦ୍ଧି କରିବା ସହ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/4a-2026-02-08-18-56-09.jpg)