କନକ ବ୍ୟୁରୋ: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ଏନେଇ କନକ ନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନି ।

Advertisment

ଆହୁରି ପଢ଼ନ୍ତୁ : ପିଲାବେଳୁ ବାପା ମାଆଙ୍କ ହରାଇଥିଲେ, ୫ ଥର ଫେଲ୍‌ ହୋଇ ବନିଲେ IPS 

ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ । ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି । ଖାସ୍ କରି ଶୀତ ଅଧିବେଶନ ବସିବା ବେଳକୁ, ନୂଆପଡ଼ା ଉପ ନିର୍ବାଚନ ସରିଥିବ, ଆଉ ନୂଆପଡ଼ା ନିଜର ନୂଆ ବିଧାୟକ ପାଇସାରିଥିବ, ତେଣୁ ବିଧାନସଭା ଶୀତ ଅଧିବେଶନ ସରଗରମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।