ଜାତୀୟ ବିଦ୍ୟାଳୟ ସମୂହ ସଫ୍ଟବଲ୍‌ରେ ଓଡ଼ିଶାକୁ କାଂସ୍ୟ

Advertisment

ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟବଲ୍ ପ୍ରତିଯୋଗିତାରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ପଞ୍ଜାବକୁ ୩-୦ରେ ହରାଇ ଏହି ସଫଳତା ଲାଭ କରିଛି ରାଜ୍ୟ ଦଳ ।   

ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟବଲ୍ ପ୍ରତିଯୋଗିତାରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ପଞ୍ଜାବକୁ ୩-୦ରେ ହରାଇ ଏହି ସଫଳତା ଲାଭ କରିଛି ରାଜ୍ୟ ଦଳ ।   

Volly Ball

କନକ ବ୍ୟୁରୋ: ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି କାଂସ୍ୟ ପଦକ ଜିତି ନେଇଛି । ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ପଞ୍ଜାବକୁ ୩-୦ରେ ହରାଇ ଏହି ସଫଳତା ଲାଭ କରିଛି ରାଜ୍ୟ ଦଳ । ଉକ୍ତ ପ୍ରତିଯୋଗିତା ଚଳିତ ଫେବ୍ରୁଆରି ୪ ରୁ ୮ ତାରିଖ ଯାଏଁ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଏକ ୧୬  ଜଣିଆ ଦଳ ଅଂଶଗ୍ରହଣ କରିଥିଲା । ଓଡ଼ିଶା ଖେଳାଳିଙ୍କ ଏହି ଉତ୍ସାହବର୍ଦ୍ଧନକାରୀ ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆହୁରି ସଫଳତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କରକରା । ଓଡ଼ିଶା ଦଳରେ ଥିଲେ ଅଧିନାୟକ ରାଜୁ ପୀଡ଼ିଷିକା, ଉପଅଧିନାୟକ ତାରିଣୀ ପ୍ରଧାନ, ଜୟନ୍ତ କୁମାର ମହନ୍ତ, ରାଜେଶ ପ୍ରଧାନ, ସୁଜନ ବାସ୍କେ, ସୋନୁ କର୍ତମୀ, ସୌମ୍ୟରଞ୍ଜନ ଜେନା, ସୁଦାମ କାର୍ଡ଼କା, ସ୍ୱାଗତ ଡଙ୍ଗ, ଗୁରୁପ୍ରସାଦ ମଲ୍ଲିକ, ପ୍ରଜ୍ଞାନ ସାହୁ, ଅମୁଲ୍ୟ ଦେବନାଥ, ଦିବ୍ୟଜ୍ୟୋତି ଜେନା, ରୁଦ୍ରପ୍ରତାପ ବାରିକ, ଶୁଭାଶିଷ ଦେବନାଥ, ଧର୍ମେନ୍ଦ୍ର ପୀଡ଼ିଷିକା ପ୍ରମୁଖ ।  ବିଭୁଦତ୍ତ ରଥ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ । ଏହି ଖେଳାଳିମାନଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ବନ୍ଦନା ମହାପାତ୍ର, ଯୁଗ୍ମନିର୍ଦ୍ଦେଶକ ଫୁଲମଣୀ ମୁର୍ମୁ, ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା) ଜ୍ୟୋତିପ୍ରସାଦ ପରିଡ଼ା ଓ ‘ଓସ୍ତା’ର ସମ୍ପାଦକ ରଞ୍ଜନ କୁମାର ଦାଶ ଅଭିନନ୍ଦନ ଜ୍ଞାପନ କରିଛନ୍ତି । 

ଏହା ବି ପଢ଼ନ୍ତୁ: ଭାରତୀୟ ବ୍ୟାଟର୍‌ମାନଙ୍କ ବ୍ୟାଟ୍‌ରେ ରବର ଲାଗିଛି : ଭାନୁକା ରାଜପକ୍ଷେ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe