କନକ ବ୍ୟୁରୋ: ମଧ୍ୟପ୍ରଦେଶର ଜବଲପୁରଠାରେ ରବିବାର ଶେଷ ହୋଇଥିବା ୪୫ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୧୧ ପଦକ ଜିତି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି  । ଓଡ଼ିଶାରୁ ଏକ ୧୨ ଜଣିଆ ଦଳ ଅଂଶଗ୍ରହଣ କରିଥିବାବେଳେ ୫ ଜଣ ଏହି ୧୧ ପଦକ ଜିତିଛନ୍ତି । ଗଜପତିର କିଶୋର ଚନ୍ଦ୍ର ରଥ ବ୍ୟକ୍ତିଗତ ଭାବେ ୪ ପଦକ ଜିତିଛନ୍ତି । କିଶୋର ୧୦୦ ମିଟର ଦୌଡ଼ ଓ ୧୦୦ ମିଟର୍‌ ରିଲେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବାବ‌େହେଳ ଲଙ୍ଗ୍‌ ଜମ୍ପ୍‌ରେ ରୌପ୍ୟ ଏବଂ ଟ୍ରିପଲ୍‌ ଜମ୍ପ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ । ସନ୍ତୋଷ କୁମାର ପ୍ରଧାନ ବ୍ୟକ୍ତିଗତ ଭାବେ ୨ ସ୍ବର୍ଣ୍ଣ (ଲଙ୍ଗ୍‌ ଜମ୍ପ୍‌ ଓ ଟ୍ରିପଲ୍‌ ଜମ୍ପ୍‌) ପଦକ ଜିତିଥିବାବେଳେ ସମ୍ବଲପୁରର ଭେ‌‌ଟେରାନ୍‌ ମହିଳା ଆଥଲେଟ୍‌ ରେଖା ଦେ ଟ୍ରିପଲ୍‌ ଜମ୍ପ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ । ବରଗଡ଼ର ନରସିଂହ‌ ଭୋଇ ୫୦୦୦ ମିଟର୍‌ ଦୌଡ଼ରେ ସ୍ବର୍ଣ୍ଣ ଏବଂ ୧୫୦୦ ମିଟର୍‌ ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି । ଭବାନୀପାଟଣାର ରାମକୃଷ୍ଣ ରାଓ ୩୦୦୦ ମିଟର୍‌ରେ ସ୍ବର୍ଣ୍ଣ ଓ ୮୦୦ ମିଟର୍‌ରେ ରୌପ୍ୟ ପଦକ ପାଇଛନ୍ତି । ରବିବାର ଶେଷ ହୋଇଥିବା ଏହି ୩ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୧୧୭୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । 

Advertisment

ଏହା ବି ପଢ଼ନ୍ତୁ: .ମ୍ୟାଟ୍ରିକ୍‌ ପରୀକ୍ଷା ଦେବେନି ବୈଭବ