କନକ ବ୍ୟୁରୋ : ଏକ ଅପରାଧିକ ମାମଲାରେ ନିଜ ସପକ୍ଷରେ ରାୟ ପ୍ରକାଶ କରିବାକୁ ବିଚାରପତିଙ୍କୁ ଲାଞ୍ଚ ଦେବାକୁ ଜଣେ ମହକିଲଙ୍କଠାରୁ ଜଣେ ବରିଷ୍ଠ ଓକିଲ ୫୦ ଲକ୍ଷ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ଆସିବା ପରେ ମାଡ୍ରାସ ହାଇକୋର୍ଟ ଏହି ମାମଲାକୁ ତା’ର ଭିଜିଲାନ୍ସ ଶାଖାକୁ ପଠାଇ ଦେଇଛନ୍ତି । 

Advertisment

ଅଧିକ ପଢ଼ନ୍ତୁ : ଚୀନରେ ରାଜ୍ କରିବ ରୋବଟ୍ ; କର୍ମକ୍ଷେତ୍ରରେ ଦରକାର ପଡ଼ିବନି ମାନବ ଶକ୍ତି

ମାଡ୍ରାସ ହାଇକୋର୍ଟ ବିଚାରପତି ଏମ୍‌ ନିର୍ମଳ କୁମାର ଅଲ୍ ଇଣ୍ଡିଆ ଲୟର୍ସ ଆସୋସିଏସନ୍ ଫର୍ ଜଷ୍ଟିସ୍ (ଏଆଇଏଲଏଜେ) ଚେନ୍ନାଇର ଲାଞ୍ଚ ସମ୍ପର୍କିତ ଅଭିଯୋଗ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟଠାରୁ ପାଇବା ପରେ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ ସିବିଆଇ ଦ୍ୱାରା ପଞ୍ଜିକୃତ ମାମଲାରେ ଏକ ଫୌଜଦାରୀ ସଂଶୋଧନ ଏବଂ ସଂଲଗ୍ନ ରଦ୍ଦ ଆବେଦନର ଶୁଣାଣି କରୁଥିଲେ। କୋର୍ଟ ଲୟର୍ସ ଆସୋସିଏସନ୍ ଅଭିଯୋଗର ଦ୍ବାହି ଦେଇ ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ। କୋର୍ଟ ମାମଲାକୁ ଏକ ଉପଯୁକ୍ତ ଖଣ୍ଡପୀଠ ସମ୍ମୁଖରେ ରଖାଯିବା ପାଇଁ ମୁଖ୍ୟ ବିଚାରପତିଙ୍କ ନିକଟରେ ମାମଲାକୁ ରଖାଯାଉ ଏବଂ ଏ ସମ୍ପର୍କରେ ତଦନ୍ତ କରିବା ଏବଂ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ସେଲ୍‌କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରାଯାଉ ବୋଲି କହିଥିଲେ। କୋର୍ଟ ସିବିଆଇର ସ୍ୱତନ୍ତ୍ର ସରକାରୀ ଓକିଲ କେ ଶ୍ରୀନିବାସନ ଏବଂ ଆର ଗୋପୀନାଥଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ଏମ୍ ମୁରଲୀ କୁମାରନଙ୍କ ସହ ମଧ୍ୟ ଏହି ସୂଚନାକୁ ସେୟାର କରିଥିଲେ। ଅନ୍ୟପକ୍ଷରେ ମୁରଲୀ କୁମାରନ୍‌ ଅଭିଯୋଗକୁ ମିଥ୍ୟା କହିବା ସହିତ ସେ ଯେକୌଣସି ପ୍ରକାରର ତଦନ୍ତର ସହଯୋଗ କରିବେ ବୋଲି କହିଥିଲେ। ସ୍ବତନ୍ତ୍ର ସରକାରୀ ଓକିଲ କେ ଶ୍ରୀନିବାସନ କହିଛନ୍ତି, କୋର୍ଟ ଏପରି ପ୍ରସ୍ତାବକୁ ଗ୍ରହଣ କରିବା କଥା ନୁହେଁ, ଏହାଦ୍ବାରା କୋର୍ଟର ସମ୍ମାନ ହାନି ହେଉଛି। ଏପରି ମିଥ୍ୟା ଅଭିଯୋଗ ଆଣିଥିବା ଲୋକଙ୍କ ବି‌ରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ।