Photograph: (KANAKNEWS)
କନକବ୍ୟୁରୋ : ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ନିର୍ଦ୍ଧାରିତ ସମୟଠାରୁ ୨୫ ମିନିଟ୍ ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଏହାପରେ କଟକରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ଉପରାଷ୍ଟ୍ରପତି । କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟରେ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଅଧିକ ପଢନ୍ତୁ .. ଓଡ଼ିଶାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍,କଟକର ପରାକ୍ରମ ଦିବସରେ ହେବେ ସାମିଲ
ନେତାଜୀ ସଂଗ୍ରହାଳୟ ବୁଲି ଦେଖିଛନ୍ତି ଉପରାଷ୍ଟ୍ରପତି । ଆୟୋଜିତ ସ୍ମୃତି ସଭାରେ ଯୋଗ ଦେଇଛନ୍ତି । ନୂତନ ଜିଲ୍ଲା ସାଂସ୍କୃତିକ ଭବନର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । କଟକରେ କାର୍ଯ୍ୟକ୍ରମ ସାରି ଉପରାଷ୍ଟ୍ରପତି ବିମାନ ବନ୍ଦର ଫେରିବେ। ସେଠାରୁ କୋଲକାତା ଅଭିମୁଖେ ଯିବେ ।
Follow Us