କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ନିର୍ଦ୍ଧାରିତ ସମୟଠାରୁ ୨୫ ମିନିଟ୍ ପୂର୍ବରୁ ପହଞ୍ଚିଲେ ଉପରାଷ୍ଟ୍ରପତି ।   ଭୁବନେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର କଟକରେ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ହେବେ ସାମିଲ । ଆଜି ଦେଶ ପାଳୁଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି  ଉପରାଷ୍ଟ୍ରପତି  ।

Advertisment

ଏହାପରେ ସେଠାରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଯିବାର କାର୍ୟ୍ୟକ୍ରମ ରହିଛି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଯୋଗଦେବେ । ସେଠାରୁ କାର୍ୟ୍ୟକ୍ରମ ସାରି ଉପରାଷ୍ଟ୍ରପତି ବିମାନ ବନ୍ଦର ଫେରିବେ । ସେଠାରୁ କୋଲକାତା ଅଭିମୁଖେ ଯିବେ ।

ଆହୁରି ପଢନ୍ତୁ ;ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ୫ ଜିନିଷ : କୃପା କରିବେ ମା’ ବୀଣାପାଣି,ରହିବନି ଧନର ଅଭାବ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ। ଆଜି ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯିବ । ୧୮୯୭ ମସିହାରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ରେଭେନ୍ସାରେ ସ୍କୁଲ ଶିକ୍ଷା ଶେଷ କରିଥିଲ ସୁଭାଷ ବୋଷ। ଏହାପରେ କୋଲକାତାର ପ୍ରେସିଡେନସି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସ୍ୱାଧିନତା ସଂଗ୍ରାମର ଏହି ମହାନ ବୀର ୧୯୪୩ ଅକ୍ଟୋବର ୨୧ରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ।  ତାଙ୍କର ବୀରତ୍ୱ ଓ ଦେଶପ୍ରେମ ଅନବଦ୍ୟ, ଅବିସ୍ମରଣୀୟ ।