ନଗେଶ ଟ୍ରଫି: କେରଳକୁ ୨୨୭ ରନ୍‌ରେ ହରାଇଲା ଓଡ଼ିଶା

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶାର ସୁଖରାମ ମାଝି ଓ ଲାଲପ୍ରସାଦ ସୋରେନଙ୍କ ବିସ୍ଫୋରକ ଶତକ ବଳରେ ୩ ୱିକେଟ୍‌ ହରାଇ ୩୦୧ ରନ୍‌ କରିଥିଲା । ସୁଖରାମ ୪୯ ବଲ୍‌ରୁ ୧୧୪ ରନ୍‌ରେ ଅପରାଜିତ ରହିଥିଲା ବେଳେ ଲାଲପ୍ରସାଦ ୫୦ ବଲ୍‌ରୁ ୧୧୮ ରନ୍‌ କରିଥିଲେ । 

Odisha Kerala

କନକ ବ୍ୟୁରୋ: ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ପ୍ରତିଯୋଗିତା ‘ନଗେଶ ଟ୍ରଫି’ର ସୁପର-୮ ପର୍ଯ୍ୟାୟରେ ଓଡ଼ିଶାର ବିଜୟ ଜାରି ରହିଛି । ମଙ୍ଗଳବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୨୨୭ ରନ୍‌ରେ କେରଳକୁ ପରାସ୍ତ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶାର ସୁଖରାମ ମାଝି ଓ ଲାଲପ୍ରସାଦ ସୋରେନଙ୍କ ବିସ୍ଫୋରକ ଶତକ ବଳରେ ୩ ୱିକେଟ୍‌ ହରାଇ ୩୦୧ ରନ୍‌ କରିଥିଲା । ସୁଖରାମ ୪୯ ବଲ୍‌ରୁ ୧୧୪ ରନ୍‌ରେ ଅପରାଜିତ ରହିଥିଲା ବେଳେ ଲାଲପ୍ରସାଦ ୫୦ ବଲ୍‌ରୁ ୧୧୮ ରନ୍‌ କରିଥିଲେ । ଜବାବରେ କେରଳ ୧୨.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ସୁଖରାମ, ଲିଙ୍ଗରାଜ ରାଉତରା, ଲାଲପ୍ରସାଦ ଓ କାଳିଆ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଲାଲପ୍ରସାଦଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ବୁଧବାର ଓଡ଼ିଶା ନିଜର ଶେଷ ସୁପର-୮ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ ।

ଏହା ବି ପଢ଼ନ୍ତୁ: ଜାତୀୟ ମହିଳା ଦିନିକିଆ: ଉତ୍ତରପ୍ରଦେଶଠାରୁ ହାରିଲା ଓଡ଼ିଶା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe