\କନକ ବ୍ୟୁରୋ: ରାଜକୋଟସ୍ଥିତ ସାରୋସାରା କ୍ରିକେଟ୍ ପଡ଼ିଆରେ ଚାଲିଥିବା ଜାତୀୟ ମହିଳା ଦିନିକିଆ କ୍ରିକେଟ୍ରେ ମଙ୍ଗଳବାର ମ୍ୟାଚ୍ରେ ଓଡ଼ିଶା ୫ ୱିକେଟ୍ରେ ଉତ୍ତରପ୍ରଦେଶଠାରୁ ହାରିଛି । ଟସ ଜିତି ବ୍ୟାଟିଂ କରିଥିବା ଓଡ଼ିଶା ୪୧ ଓଭରରେ ୬ ୱିକେଟ୍ ହରାଇ ୨୪୩ ରନ୍ କରିଥିଲା । ଓଡ଼ିଶା ପକ୍ଷରୁ ମାଧୁରୀ ମେହଟ୍ଟା ୮୭ ବଲ୍ରୁ ୬୮ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ୫୫ ବଲ୍ରୁ ୬୩ ରନ୍ କରିଥିଲେ । ଉତ୍ତରପ୍ରଦେଶ ପକ୍ଷରୁ ଅଞ୍ଜଳି ସିଂହ ୨ ୱିକେଟ୍ ନେଇଥିଲେ । ଜବାବରେ ଉତ୍ତରପ୍ରଦେଶ ୪୦.୫ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଉତ୍ତରପ୍ରଦେଶ ପକ୍ଷରୁ ସଂପଦ ଦୀକ୍ଷିତ ୧୧୭ ବଲ୍ରୁ ୧୦୬ ଏବଂ ବର୍ଣ୍ଣିକା ୫୪ ବଲ୍ରୁ ୬୭ ରନ୍ କରିଥିଲେ । ଓଡ଼ିଶା ପକ୍ଷରୁ ଜ୍ୟୋତି କେ. ପ୍ରସାଦ ୨ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟିଏ ୱିକେଟ୍ ନେଇଥିଲେ ।
ଏହା ବି ପଢ଼ନ୍ତୁ; ଜାତୀୟ ବିଦ୍ୟାଳୟ ସମୂହ ସଫ୍ଟବଲ୍ରେ ଓଡ଼ିଶାକୁ କାଂସ୍ୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/10ktk_8_10022026_3111-2026-02-10-21-46-56.jpg)