କନକ ବ୍ୟୁରୋ; ଗୁଜରାଟର ବଡ଼ୋଦରାଠାରେ ଚଳିତ ଫେବ୍ରୁଆରି ୨୪ରୁ ୨୭ ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ୭୨ତମ ଜାତୀୟ ବରିଷ୍ଠ କବାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ଓଡ଼ିଶା। ଏଥିଲାଗି ରାଜ୍ୟ ଦଳରେ ସ୍ଥାନ ପାଇଛନ୍ତି ରାଜେଶ ଦେହୁରୀ (ଅଧିନାୟକ), ପବିତ୍ର ପୂଜାରୀ, ଗୌରବ ମଲ୍ଲିକ, କରୁଣାକର ବେହେରା, କାମରାଜୁ କାଡ୍ରାକା, ନିରୋଜ କୁମାର ସେଠୀ, ମହମ୍ମଦ ଓସମାନ, ଜି. ରାହୁଲ ପାତ୍ର, ଅଭିଜିତ ମହାନ୍ତି, ସୁଜିତ ପାତ୍ର, ହରିଶ କୁମାର ଅହିର, ସାୟନ କୁମାର ଗଡ଼ନାୟକ, ଆର୍ଯ୍ୟନ ମହାନନ୍ଦ, ସିଦ୍ଧାନ୍ତ ସାମଲ। ପ୍ରଶାନ୍ତ କୁମାର ପରିଡ଼ା ଦଳର ପ୍ରଶିକ୍ଷକ ଥିବାବେଳେ ଦିଲୀପ କୁମାର ନାୟକ ପ୍ରବନ୍ଧକ ପଦରେ ରହିଛନ୍ତି। ରାଜ୍ୟ ଦଳ ରବିବାର ଗୁଜରାଟ ଅଭିମୁଖେ ଯାତ୍ର କରିଛି।
ଏହା ବି ପଢ଼ନ୍ତୁ: ଆଇପିଏଲ୍ର ସବୁ ମ୍ୟାଚ୍ ଖେଳିବେନି ଧୋନି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/sports-2026-02-22-22-30-38.jpg)