କନକ ବ୍ୟୁରୋ; ମାର୍ଚ୍ଚ ୨୬ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ପୁରୁଖା କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ନିଜ ପ୍ରିୟ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ଖେଳିବେ । ତେବେ ପୂରା ଋତୁ ପରିବର୍ତ୍ତେ କେତେକ ବଛାବଛା ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିବ । ଯେଉଁ ମ୍ୟାଚ୍‌ରେ ସେ ଖେଳିବେନି ସେଥିରେ ଦଳ ନିକଟରେ କିଣିଥିବା ସଞ୍ଜୁ ସାମସନ୍‌ଙ୍କୁ ୱିକେଟ୍‌ ରକ୍ଷକ ଭୂମିକାରେ ଦେଖିବାକୁ ମିଳିବ ।

Advertisment

ଏହା ବି ପଢ଼ନ୍ତୁ: ନତାଶାଙ୍କୁ ଡିଫେଣ୍ଡର୍‌ ଉପହାର ଦେଲେ ପାଣ୍ଡ୍ୟା

ସିଏସ୍‌କେ ପକ୍ଷରୁ ରବିବାର ଅନୌପଚାରିକ ଭାବେ ଏହି ସଙ୍କେତ ଦିଆଯାଇଛି । ଦଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ସ୍ପଷ୍ଟ କରି ଦେଇପାରେ ଯେ ୪୫ବର୍ଷୀୟ ଧୋନି ଆଗାମୀ ଆଇପିଏଲ୍‌ ଋତୁରେ ଆମ ଦଳରୁ ଖେଳିବେ । ହେଲେ ସେ ପୂରା ଋତୁ ଖେଳିବାର ଗ୍ୟାରେଣ୍ଟି ମୁଁ ଦେଇ ପାରିବି ନାହିଁ । ଚଳିତ ଋତୁରେ ସିଏସ୍‌କେରେ ଧୋନି, ସାମସନ ଓ ଉର୍ଭିଲ ପଟେଲଙ୍କ ରୂପରେ ତିନି ଜଣ ୱିକେଟ୍‌ ରକ୍ଷକ ବ୍ୟାଟର୍‌ ଅଛନ୍ତି । ସାମସନ ଓ ଧୋନିଙ୍କ ଉପସ୍ଥିତି ପାଇଁ ଉର୍ଭିଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା କମ୍‌ ରହିଛି ।