କନକ ବ୍ୟୁରୋ : ଖୋଲିଲା ମନ୍ତ୍ରୀଙ୍କ ମୋବାଇଲ୍ । ଦୁର୍ନୀତିଗ୍ରସ୍ତଙ୍କ ଛାତିରେ ଛନକା । ଏଣିକି ଦୁର୍ନୀତିଗ୍ରସ୍ତଙ୍କ ପିଠିରେ ବାଜିବ ମନ୍ତ୍ରୀଙ୍କ ଛାଟ । ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ଜଣାଇବାକୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସିଧାସଳଖ ମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ ଜଣାଇବାକୁ କହିଛନ୍ତି ସୁରେଶ ପୂଜାରୀ । ସାଧାରଣ ନାଗରିକ ହେଉଛନ୍ତି ଭିଆଇପି । ସେମାନେ ମାଲିକ । ଅଫିସକୁ ଆସିଲେ ଚୌକି ଦେବା ପିଇବାକୁ ପାଣି ଦେବା ଏସବୁ ସଂସ୍କାର ପାଇଁ ବିଭାଗ କହିଛି । ଦୁର୍ନୀତି ସମସ୍ୟା ଅଛି ଏହା ଅଭ୍ୟାସରେ ପରିଣତ ହୋଇଛି । ଏହାକୁ ବନ୍ଦ ପାଇଁ ରାଜସ୍ୱ ବିଭାଗ ବିଭିନ୍ନ ସଂସ୍କାର କରାଯିବ ।
ପୁରା ରାଜସ୍ୱ ବିଭାଗକୁ ଦୁର୍ନୀତି ମୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଭଲ କାମ କଲେ ଭଲ ଜାଗାରେ ପୋଷ୍ଟିଙ୍ଗ କରାଯିବ । ୩୦୦ ଓଏଏସ୍ ଅଫିସର ଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କଲୁ। ରାଜସ୍ବ ଅଧିକାରୀଙ୍କୁ ସସ୍ପେଣ୍ଡ କଲୁ। ବହୁ ଲୋକ ଗିରଫ ହୋଇ ଜେଲ ଗଲେ । ଆଇନ ଅଛି, ପ୍ରତ୍ୟେକ ଦିନ କେଉଁ ସେବା ହେଲା ଆମ ଅଫିସକୁ ଡାଟା ଆସୁଛି । ମତେ ସିଧା ଫୋନ କରି ଲୋକେ ଅଭିଯୋଗ କରୁଛନ୍ତି । କିଛି ସମୟ ବିଳମ୍ବ ହୋଇପାରେ କିନ୍ତୁ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ । ସରକାର ପ୍ରସ୍ତୁତ ଅଛନ୍ତି ବିନା ଲାଞ୍ଚରେ ରାଜସ୍ୱ ସେବା ଦେବାପାଇଁ । ଯିଏ ପଇସା ମାଗିବ ମତେ ଜଣାନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା
ସେପଟେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ବଡ଼ ଅଧିକାରୀ । ଧର୍ମଗଡ଼ ଉପ-ଜିଲ୍ଲାପାଳ ଧୀମାନ ଚକମା ଗିରଫ ହୋଇଥିଲେ । ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗତବର୍ଷ ଜୁନ୍ରେ ଗିରଫ । କଟକର ରାଜସ୍ୱ ଅଧିକାରୀ ବି ହୋଇଥିଲେ ଗିରଫ । ୭୫ଲକ୍ଷ ଟଙ୍କାର ନଗଦ ହୋଇଥିଲା ଜବତ । ୨୦୧୯ ଆଇଏଏସ୍ ଟପ୍ପର ବି ନେଇଥିଲେ ଲାଞ୍ଚ । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଗିରଫ । ୧୫ହଜାର ଟଙ୍କା ନେଉଥିଲେ ଲାଞ୍ଚ । ସମ୍ବଲପୁର ରାଜସ୍ୱ ଅଧିକାରୀ ବାସୁଦେବ ଭୋଇ ଲାଞ୍ଚ ନେଇ ଗିରଫ ।୪ହଜାର ବର୍ଗ ଫୁଟ୍ ଘର ସହ ୧୫ଟି ପ୍ଲଟ ଜବତ । ୨୦୨୫ରେ ବଲାଙ୍ଗୀରର ଦୁଇ ଅଧିକାରୀଙ୍କୁ ଦଣ୍ଡାଦେଶ । ରାଜସ୍ୱ ବିଭାଗ ଅଧିକାରୀଙ୍କୁ ୩ବର୍ଷ ଲେଖାଏଁ ଜେଲ୍ ।ସେପ୍ଟେମ୍ବର ୨୦୨୫ ପୂର୍ବରୁ ୧୫ ମାସରେ ୧୯୯ ଜଣ ଅଧିକାରୀ ଗିରଫ । ୭୭ଟି ଆୟବହିର୍ଭୂତ ସମ୍ପତ୍ତି ମାମଲା ଏବଂ ୧୨୨ଟି ଲାଞ୍ଚ କାରବାର ମାମଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/10/suresh-pujari-2026-02-10-16-48-25.jpg)