କନକ ବ୍ୟୁରୋ : ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା । ସର୍ବନିମ୍ନ ଦରମା ୫୬ ହଜାର ୯୪୮ ଟଙ୍କା । ସର୍ବାଧିକ ଦରମା ୯୧ ହଜାର ୪୬୭ ଟଙ୍କା । ଏହାଛଡ଼ା ବରିଷ୍ଠତା ଭିତ୍ତିରେ ଦରମା ବୃଦ୍ଧି କରାଗଲା । ୨୦ ହଜାରରୁ ୪୦ ହଜାର ଟଙ୍କା ଯାଏଁ ବୃଦ୍ଧି କରାଯାଇଛି । ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ।

Advertisment

ନିକଟରେ ଲୋୟର ପିଏମଜିରେ ଆୟୁଷ ଡାକ୍ତର ଦରମା ବୃଦ୍ଧି ନେଇ ପ୍ରତିବାଦ କରିଥିଲେ । ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଆୟୁଷ ଡାକ୍ତର । ଫଳରେ ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଥିଲା ସ୍ୱାସ୍ଥ୍ୟସେବା । ଆୟୁଷ ଡାକ୍ତର କହିଥିଲେ, ସରକାର ସମାଧାନର ରାସ୍ତା ବାହାର ନ କଲେ ଆନ୍ଦୋଳନରୁ ହଟିବୁ ନାହିଁ ।

ଆୟୁଷ ଡାକ୍ତରଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଥିଲା ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି । ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିଲେ ମଧ୍ୟ କାହିଁକି ଆୟୁଷ ଡାକ୍ତରଙ୍କୁ ଅଣଦେଖା କରାଯାଉଛି ? ସମାନ କାମକୁ କାହିଁକି ମିଳିବନି ସମାନ ଦରମା ? ସରକାରଙ୍କ କର୍ମଠ କର୍ମଚାରୀ ଭାବେ ଦିନରାତି ଏକ କରି କାମ କରୁଥିଲେ ମଧ୍ୟ ଦାବି ଶୁଣିବାକୁ କେହି ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଆୟୁଷ ଡାକ୍ତର । ଆନ୍ଦୋଳନ ପାଇଁ ବାଧାପ୍ରାପ୍ତ ହୋଇଥିଲା ସ୍ୱାସ୍ଥ୍ୟ ସେବା ।