ଡଲଫିନ୍‌ ଗଣନାରେ ଓଡ଼ିଶାର ବଡ଼ ସଫଳତା : ୭୬୫ଟି ଡଲଫିନ୍‌ ଚିହ୍ନଟ

Advertisment

ଡଲଫିନ୍‌ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍‌ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍‌ ରହିଛନ୍ତି

ଡଲଫିନ୍‌ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍‌ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍‌ ରହିଛନ୍ତି

Chilika


କନକ ବ୍ୟୁରୋ : ଡଲଫିନ୍‌ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍‌ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍‌ ରହିଛନ୍ତି । ଚିଲିକା ହ୍ରଦରେ ବିଶ୍ୱସ୍ତରରେ ଗୁରୁତ୍ୱ ବହନ କହୁଥିବା ଏରାୱାଡି ଡଲଫିନ୍‌ଙ୍କଠାରୁ ଆରମ୍ଭ କରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ହମ୍ପବ୍ୟାକ୍ ଡଲଫିନ୍‌ଙ୍କ ଉପସ୍ଥିତି ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଛି । ଏହି ସଫଳତା କେବଳ ଏକ ସଂଖ୍ୟା ନୁହେଁ, ବରଂ ସୁସ୍ଥ ସାମୁଦ୍ରିକ ଓ ଉପକୂଳବର୍ତ୍ତୀ ଇକୋସିଷ୍ଟମ, ଦୃଢ଼ ସଂରକ୍ଷଣ ବ୍ୟବସ୍ଥା, ଓଡ଼ିଶା ଉପକୂଳ ଲୋକ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ବଢ଼ୁଥିବା ସହାବସ୍ଥାନର ପ୍ରତିଫଳନ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା କହିଛନ୍ତି ।

ଜାନୁଆରି ମାସରେ କରାଯାଇଥିବା ଡଲଫିନ୍ ଗଣନାରୁ ଜଣାପଡ଼ିଛି ଯେ ରାଜ୍ୟରେ ମୋଟ ୨୦୮ଟି ଏରୱାଡି ଡଲଫିନ୍ ରହିଛନ୍ତି । ସେଥିମଧ୍ୟରୁ ୧୫୯ଟି କେବଳ ଚିଲିକାରେ ଦେଖାଯାଇଥିବାବେଳେ ରାଜନଗରରେ ୯ଟି ଚିହ୍ନଟ ହୋଇଛନ୍ତି । ଏହି ଦୁଇ ରେଞ୍ଜ ବ୍ୟତୀତ ବାଲେଶ୍ବର ବନ୍ୟପ୍ରାଣୀ ଡିଭିଜନ୍‌ରେ ୧୫, ବ୍ରହ୍ମପୁର ବନ୍ୟପ୍ରାଣୀ ଡିଭିଜନ୍‌ରେ ୧୩ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ୍‌ରେ ୧୨ଟି ଡଲଫିନ୍‌ ନଜରକୁ ଆସିଥିଲେ । ସର୍ଭେ ସମୟରେ ଚିଲିକା ହ୍ରଦରେ ବିଲୁପ୍ତପ୍ରାୟ ଏରାୱାଡି ଡଲଫିନ୍‌ଙ୍କ ବହୁ ଆବାସ ସ୍ଥଳ ରହିଥିବା ଦେଖାଯାଇଛି । ଚିଲିକାରେ ବାସ କରୁଥିବା ଡଲଫିନ୍‌ ସାମୁଦ୍ରିକ ପ୍ରଜାତି ବନ୍ୟପ୍ରାଣୀ(ସୁରକ୍ଷା) ଆଇନ ୧୯୭୨ ଅଧୀନରେ ଆସୁଥିବାରୁ ସେମାନଙ୍କ ବାସସ୍ଥାନ ବିକଶିତ ଦିଗରେ ପଦକ୍ଷେପ ନିଆଯାଉଛି । ରାଜନଗର ବନ୍ୟପ୍ରାଣୀ ଡିଭିଜନରେ ଏମାନଙ୍କ ସଂଖ୍ୟା ବହୁତ କମ୍ ରହିଛି । ତେବେ ବ୍ରହ୍ମପୁର, ପୁରୀ ଓ ବାଲେଶ୍ବର ବନ୍ୟପ୍ରାଣୀ ଡିଭିଜନ୍‌ରେ ଏରାୱାଡିଙ୍କ ଉପସ୍ଥିତିକୁ ନେଇ ବିଶେଷଜ୍ଞମାନେ ବେଶ୍‌ ଆଶାବାଦୀ ରହିଛନ୍ତି ।

ଅଧିକ ପଢନ୍ତୁ : ଚିଲିକା ଟାପୁରେ ବୁଲୁଛି ବାଘ ; ଗଣନାରେ ବନକର୍ମଚାରୀ


ଏରାୱାଡିଙ୍କ ବ୍ୟତୀତ ଓଡ଼ିଶାରେ ହମ୍ପବ୍ୟାକ୍‌ ପ୍ରଜାତିର ସର୍ବାଧିକ ୪୯୫ଟି ଡଲଫିନ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ବୋଟଲନୋଜ୍‌ ପ୍ରଜାତିର ୫୫, ସ୍ପାନ୍ନର ପ୍ରଜାତିର ୩ ଓ ଫିନ୍‌ଲେସ୍‌ ପ୍ରଜାତିର ୨ଟି ଡଲ୍‌ଫିନ୍‌ ଓଡ଼ିଶା ଉପକୂଳରେ ରହିଛନ୍ତି । ପିସିସିଏଫ୍(ବନ୍ୟପ୍ରାଣୀ) ଶ୍ରୀ ଝା ଆହୁରି କହିଛନ୍ତି ଯେ ଚିଲିକା ବାହାରେ ଡଲଫିନ୍ ମିଳିବା ଏକ ଭଲ ସଙ୍କେତ । ରାଜନଗର ବନ୍ୟପ୍ରାଣୀ ଡିଭିଜନରେ ଏରାୱାଡିଙ୍କ ସଂଖ୍ୟା କମ ହେବା ଏବଂ ଅନ୍ୟାନ୍ୟ ଡିଭିଜନରେ ସଂଖ୍ୟା ବଢ଼ିବା ମାଇଗ୍ରେସନ୍‌ର ସଙ୍କେତ ଦେଉଛି । ତେଣୁ ଏବେ ଆମେ ଡଲଫିନ୍‌ଙ୍କ ମାଇଗ୍ରେସନ ଉପରେ ଅଧ୍ୟୟନ କରିବାକୁ ଯୋଜନା ପ୍ରସ୍ତୁତ କରୁଛୁ ବୋଲି ସେ କହିଛନ୍ତି । ତେବେ ଗତ ୫ ବର୍ଷ ମଧ୍ୟରେ ଚିଲିକା ସମେତ ଓଡ଼ିଶା ଉପକୂଳରେ ଏରାୱାଡିଙ୍କ ସଂଖ୍ୟା ପ୍ରାୟ ସ୍ଥିର ରହିଛି । ୨୦୨୦-୨୧, ୨୦୨୧-୨୨ରେ ଏହି ପ୍ରଜାତିଙ୍କ ସଂଖ୍ୟା ଯଥାକ୍ରମେ ୨୦୯ ଓ ୨୦୮ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe