କନକବ୍ୟୁରୋ : ଚିଲିକାରେ ଆଜିଠୁ ଡଲ୍‌ଫିନ୍‌ ଗଣନା । ୩ ଦିନ ଧରି ବନ ବିଭାଗ ଗଣିବ ବିରଳ ଡଲଫିନ । ଚିଲିକାରେ ଅଛନ୍ତି କେତେ ଇରାୱାଡି ଡଲଫିନ, ତାହାର ଆରମ୍ଭ ହୋଇଛି ଗଣନା ପ୍ରକ୍ରିୟା  । ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ୧୦ଟି ଟିମ୍ ଏବଂ ସାତପଡା ରେଞ୍ଜର ୮ ଟି ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି  ।  ଡଲଫିନ ଗଣନା କରିବା ପାଇଁ ସମଗ୍ର ଚିଲିକାରେ ୧୮ ଟି ଟିମ୍ ଘୂରି ବୁଲୁଛନ୍ତି ।  ପ୍ରତି ଟିମ୍ ରେ ୮ରୁ ୧୦ ଜଣ ଲେଖାଏଁ ଗଣନାକାରୀ ସାମିଲ ହୋଇଛନ୍ତି ।

Advertisment

ଅଧିକ ପଢନ୍ତୁ... ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ଡକାୟତି ଘଟଣା : ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସର ତନାଘନା

ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ଡଲଫିନ ବିଶାରଦ ମାନେ ଗଣିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ବନ୍ୟପ୍ରାଣୀ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ର କର୍ମଚାରୀ, ସ୍ଵେଚ୍ଛାସେବୀ, ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ, ଓୟୁଏଟି ଛାତ୍ରଛାତ୍ରୀ, ଚିଲିକା ମଟର ବୋଟ ସଂଘର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି। ଗଣନା କାର୍ଯ୍ୟ ସକାଳ ୬ ଟାରୁ ଆରମ୍ଭ ହୋଇଛି, ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାଇନା କୁଲାର , କ୍ୟାମେରା, ଜିପିଏସ ଲାଇନ୍ ଟ୍ରାକ ମାଧ୍ୟମରେ ଡଲଫିନ ଗଣନା ଚାଲିଛି । ଡଲଫିନ ଗଣନା ପାଇଁ ଚିଲିକାରେ ଯାତ୍ରୀ ବାହୀ ଡଙ୍ଗା, ଭସାପୋଲ, ଟୁରିଷ୍ଟ ଡ଼ଙ୍ଗା ଚଳାଚଳ ଦିନ ୧୨ ଯାଏଁ ବନ୍ଦ ରହିବ। ଗତବର୍ଷ ଚିଲିକାରେ ୧୭୪ଟି ଡଲଫିନ ରହିଥିଲେ।