ଜେଲ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ଚେତିଲା ବିଭାଗ ; ଜେଲରେ ହେବ ବଡ଼ଧରଣର ସିକ୍ୟୁରିଟି ଯାଞ୍ଚ

ଚୌଦ୍ବାର ଓ ସୋର ଜେଲରୁ ତିନି କଏଦୀ ଖସିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜେଲ ବିଭାଗ । ଉଚ୍ଚସ୍ତରୀୟ ବୈଠକ ପରେ ଜେଲରେ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ହୋଇଛି ।

Jail Safty

Jail Safty Photograph: (Kanak News)

କନକ ବ୍ୟୁରୋ : ରାଜ୍ୟରେ ଥିବା ୮୭ ଟି ଜେଲର ହେବ ବଡ଼ ଧରଣର ସୁରକ୍ଷା ଯାଞ୍ଜ  l ଚୌଦ୍ବାର ଓ ସୋର ଜେଲରୁ ତିନି କଏଦୀ ଖସିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜେଲ ବିଭାଗ । ଉଚ୍ଚସ୍ତରୀୟ ବୈଠକ ପରେ ଜେଲରେ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ହୋଇଛି । ପୁଲିସ ଏବଂ ଜେଲ ବିଭାଗ ମିଳିତ ଭାବେ ସୁରକ୍ଷାର ଯାଞ୍ଚ କରିବେ । ଜିଲ୍ଲାର ଏସିପି ଏବଂ ଜେଲ ସୁପରୀଟେଣ୍ଡଣ୍ଟ ମିଳିତ ଭାବେ କରିବେ ସୁରକ୍ଷାର ଯାଞ୍ଚ କରିବେ । ଜେଲର ପାଚେରୀ, ଜେଲର ପେରିମିର ୱାଲ , ସିସିଟିଭି, ଜେଲର ପାଚେରୀ ଉପରେ ତାରଜlଲି ବିଛାଇବା ଏବଂ ସୁରକ୍ଷା ସମ୍ବଧିୟ ସମସ୍ତ ଭିତ୍ତିଭୂମିର ହେବ ଯାଞ୍ଚ ।  

ଆଜି ଠାରୁ  ସବୁ ଜେଲରେ ସୁରକ୍ଷା ଯାଞ୍ଚ ଆରମ୍ଭ ହୋଇଚି । ଜେଲ୍  ଡିଜି ନିର୍ଦ୍ଦେଶ ଦେବା ସହ, ପୋଲିସ dgp  ମଧ୍ୟ  ସବୁ ଏସପି ମାନକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗଲା କିଛି ଦିନହେବ ଜେଲବିଭାଗର ହୁଗୁଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଚୌଦ୍ୱାର ଜେଲରୁ ଦୁଇ ଦୃଦାନ୍ତ କଏଦୀ ଚମ୍ପଟ ମାରିବା ଘଟଣାକୁ ମାସଟେ ବିତିବାକୁ ବସିଲାଣି । ଖସିଯାଇଥିବା ଦୁଇ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କ ପତା ମିଳିନାହିଁ । କିଛି ଦିନ ତଳେ ସୋର ଜେଲରୁ ଜଣେ ଚକମା ଦେଇ ଖସିଯିବାରେ ସକ୍ଷମ ହୋଇଥିଲା । ଏହାଛଡା ଚୌଦ୍ୱାର ଜେଲଭିତରେ ଗୋଷ୍ଟି ସଂଘର୍ଷ, ନୟାଗଡ଼ ଜେଲଭିତରେ ବନ୍ଦୀ ମୁହାଁମୁହି ହେବା ଘଟଣାକୁ ନେଇ ଜେଲର ସୁରକ୍ଷା ଗୁମର ଖୋଲିଥିଲା ।  

ଅଧିକ ପଢ଼ନ୍ତୁ..ପାଖେଇ ଆସୁଛି ନୂଆପଡ଼ା ଉପନିର୍ବାଚନ, ଦିନରାତି ଏକ କରି ପ୍ରଚାର କରୁଛନ୍ତି ତିନି ଦଳ

ଜେଲ ସୁରକ୍ଷା,ଏବେ ଭାଙ୍ଗିଲା ନିଦ

ଅକ୍ଟୋବର ୨ରେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ ଦୁଇ ବିହାରି ଲୁଟେରା
ଯାଜପୁର ସୁନା ଦୋକାନରୁ ଲୁଟ ଘଟଣାରେ ଗିରଫ ହୋଇଥିଲେ ୨ଅଭିଯୁକ୍ତ
ନିକଟରେ ୨ କଏଦୀଙ୍କ ମଧ୍ୟରେ ଚୌଦ୍ବାର ଜେଲରେ ହୋଇଥିଲା ମାଡ଼ପିଟ୍
ନୟାଗଡ଼ ଜେଲରେ ୨ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ
ଜେଲ ସୁପରିଟେଣ୍ଡେଣ୍ଟଙ୍କ ସମେତ କିଛି ୱାର୍ଡର ଓ କଏଦୀ ହୋଇଥିଲେ ଆହତ
ସୋର ଜେଲରୁ ମଧ୍ୟ ଜଣେ କଏଦୀ ଫେରାର ହୋଇଥିବା ଅଭିଯୋଗ
ଜେଲର ସୁରକ୍ଷା ବ୍ୟବସ୍ଥା ଓ କଏଦୀଙ୍କ ନିରାପତ୍ତା ପ୍ରତି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ
ଜେଲ ସୁରକ୍ଷା ଢ଼ିଲା ଥିବାରୁ ଏଭଳି ଘଟଣା ଘଟୁଥିବା କରାଯାଉଛି ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe