ସିକେ ନାୟୁଡୁ ଟ୍ରଫି: ଓଡ଼ିଶାର ବିଜୟ ସମ୍ଭାବନା

Advertisment

ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ବିଶାଳ ସ୍କୋର୍‌ ଛିଡ଼ା କରିବା ସହ ବିଜୟ ସମ୍ଭାବନା ସୃ‌ଷ୍ଟି କରିଛି । ହରିୟାଣାର ୨୭୬ ରନ୍‌ ପ୍ରଥମ ପାଳି ଜବାବରେ ଓଡ଼ିଶା ଦ୍ବିତୀୟ ଦିନ ସୁଦ୍ଧା ୯ ୱିକେଟ୍‌ ହରାଇ ୬୧୪ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା । 

ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ବିଶାଳ ସ୍କୋର୍‌ ଛିଡ଼ା କରିବା ସହ ବିଜୟ ସମ୍ଭାବନା ସୃ‌ଷ୍ଟି କରିଛି । ହରିୟାଣାର ୨୭୬ ରନ୍‌ ପ୍ରଥମ ପାଳି ଜବାବରେ ଓଡ଼ିଶା ଦ୍ବିତୀୟ ଦିନ ସୁଦ୍ଧା ୯ ୱିକେଟ୍‌ ହରାଇ ୬୧୪ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା । 

New Project

କନକ ବ୍ୟୁରୋ: ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍ କ୍ରିକେଟ୍‌ ପ୍ରତିଯୋଗିତାର ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ବିଶାଳ ସ୍କୋର୍‌ ଛିଡ଼ା କରିବା ସହ ବିଜୟ ସମ୍ଭାବନା ସୃ‌ଷ୍ଟି କରିଛି । ହରିୟାଣାର ୨୭୬ ରନ୍‌ ପ୍ରଥମ ପାଳି ଜବାବରେ ଓଡ଼ିଶା ଦ୍ବିତୀୟ ଦିନ ସୁଦ୍ଧା ୯ ୱିକେଟ୍‌ ହରାଇ ୬୧୪ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା । 

ଏହା ବି ପଢ଼ନ୍ତୁ: ଗୋଲ୍‌ଡେନ୍‌ କପ୍‌ କ୍ରିକେଟ୍‌ : ବାଲେଶ୍ୱରକୁ ହରାଇ ଟିସିସି ବିଜେତା

ସୂଜଲ କୁମାର ସିଂହ (୧୫୬ ରନ୍‌), ଶ୍ରେୟାଂଶ ଭରଦ୍ବାଜ (୧୨୧ ରନ୍)ଙ୍କ ଶତକ ପରେ ଆଶୀର୍ବାଦ ସ୍ବାଇଁ (୮୨), ଓମ୍‌ ଟି ମୁଣ୍ଡେ (୬୭), ସାଇଦୀପ ମହାପାତ୍ର (୬୫) ଅର୍ଦ୍ଧଶତକ ହାସଲ କରିଥିଲେ । ଜବାବରେ ତୃତୀୟ ଦିନ ଶେଷ ସୁଦ୍ଧା ହରିୟାଣା ୪ ୱିକେଟ୍‌ରେ ୧୨୬ ରନ୍‌ କରିଛି । ଆଶୁତୋଷ ମାର୍ଣ୍ଡି, ସୟଦ ତୁଫାଇଲ୍‌ ଅହମ୍ମଦ, ସାଇଦୀପ ମହାପାତ୍ର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ଜଣେ ରନ୍‌ ଆଉଟ୍ ଏବଂ ଅନ୍ୟ ଜଣେ ବ୍ୟାଟର୍‌ ରିଟାର୍ଡ ହର୍ଟ ହୋଇଥିବାରୁ ହରିୟାଣା ଚାପରେ ପଡ଼ିଛି । ଏବେ ବି ଓଡ଼ିଶା ହାତରେ ୨୧୨ ରନ୍‌ ଅଗ୍ରଣୀ ରହିଛି । ସୋମବାର ଚତୁର୍ଥ ଦିନରେ ଓଡ଼ିଶା ବୋଲର୍‌ ଅବଶିଷ୍ଟ ୬ ୱିକେଟ୍‌ ନେଇପାରିଲେ ବିଜୟୀ ହେବ । ହରିୟାଣା ନିଶ୍ଚିତ ଦିନତମାମ ବ୍ୟାଟିଂ କରି ଡ୍ର’ ଲକ୍ଷ୍ୟରେ ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe