କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅଳତି ଡିଏନ୍ ହାଇସ୍କୁଲ ମିନି ଷ୍ଟାଡିୟମରେ ଅଳତି ସ୍ପୋର୍ଟସ କ୍ଲବ୍ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଗୋଲ୍ଡେନ୍ କପ୍ ଟ୍ବେଣ୍ଟି‐୨୦ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି । ଫାଇନାଲ୍ରେ ଆଦର୍ଶ କ୍ରିକେଟ୍ ଏକାଡେମି ବାଲେଶ୍ବରକୁ ୧୩୦ ରନ୍ରେ ହରାଇ ତମାଣ୍ତୋ କ୍ରିକେଟ୍ କ୍ଲବ୍ (ଟିସିସି)ଭୁବନେଶ୍ବର ବିଜେତା ହୋଇଛି ।
ଏହା ବି ପଢ଼ନ୍ତୁ: ଆଇସିସି ଧମକ ପରେ ନରମିଲା ପିସିବି, ପାକିସ୍ତାନ ବିଶ୍ବକପ୍ ଦଳ ଘୋଷିତ
ଶନିବାର ଟିସିସି ଟସ୍ ଜିତି ପ୍ରଥମେ କେନ୍ଦୁଝର ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୭ ଓଭରରେ ୬ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା । ଜବାବରେ ବାଲେଶ୍ବର ୨୧.୪ ଓଭରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୫ରନ୍ କରିବାକୁ ସମର୍ଥ ହୋଇଥିଲା । ସ୍ପୋର୍ଟସ କ୍ଲବ୍ ସଭାପତି ଡ. ରତିକାନ୍ତ ବରାଳଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ସଭାପତି ମହେଶ୍ବର ସାହୁ, ସ୍ବତନ୍ତ୍ର ଅତିଥି ଭାବେ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ଏକଲକ୍ଷ ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୬୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଟିସିସିର କ୍ଷମାସାଗର ବଳ ଏବଂ ଶ୍ରେଷ୍ଠ ସିକ୍ସର ଭାବେ ସିଦ୍ଧାନ୍ତ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/golden-cup-2026-01-25-21-47-54.jpg)