ଆସନ୍ତା ୧୨ ରେ ଓଡ଼ିଶା ରାଜନୀତି ନେବ ନୂଆ ମୋଡ଼, ଯୁବ ଦିବସରେ ଶକ୍ତି ପ୍ରଦର୍ଶନ କରିବେ ମହମ୍ମଦ ମୋକିମ୍, ଯୋଗଦେବେ ତିନି ଦଳର ଅସନ୍ତୁଷ୍ଟ ଯୁବନେତା

Advertisment

ଆସନ୍ତା ମଙ୍ଗଳବାର ମୋକିମଙ୍କ ରାଜନୈତିକ କ୍ୟାରିୟର ନେବ ନୂଆ ମୋଡ । ଯୁବ ଦିବସରେ ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ । ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତର ନକ୍ସା ଆଙ୍କିବେ। ସାମିଲ ହେବେ ୩ ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତା। ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତ୍ତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରିଛନ୍ତି ମୋକିମ।

odisha

କନକ ବ୍ୟୁରୋ : ନୂଆ ଆଞ୍ଚଳିକ ଦଳର ପରିକଳ୍ପନା ଭିତରେ ଆସନ୍ତା ୧୨ରେ ଓଡ଼ିଶା ରାଜନୀତି ନେବ ନୂଆ ମୋଡ । ୩ ଦଳର ଅସନ୍ତୁଷ୍ଟଙ୍କୁ ଏକାଠି କରି ଯୁବ ସମାବେଶ କରିବେ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ । ଭୁବନେଶ୍ବରରେ ହେବାକୁ ଥିବା ସମାବେଶ ପାଇଁ କଟକରୁ ହେଉଛି ବ୍ଲୁ-ପ୍ରିଣ୍ଟ । କଟକର କଂଗ୍ରେସ ସଙ୍ଗଠନର ଛାମୁଆ କର୍ମୀ ମୋକିମଙ୍କ କ୍ୟାମ୍ପରେ ଥିବାରୁ ଭକ୍ତଙ୍କର ବଢିଛି ଚିନ୍ତା। 

ଆସନ୍ତା ମଙ୍ଗଳବାର ମୋକିମଙ୍କ ରାଜନୈତିକ କ୍ୟାରିୟର ନେବ ନୂଆ ମୋଡ । ଯୁବ ଦିବସରେ ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ । ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତର ନକ୍ସା ଆଙ୍କିବେ। ସାମିଲ ହେବେ ୩ ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତା। ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତ୍ତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରିଛନ୍ତି ମୋକିମ।  ଦଳ ଛାଡିବା ପରେ କଟକ କଂଗ୍ରେସ ସଙ୍ଗଠନର ସିଂହଭାଗ କର୍ମୀ ଏବେ ମୋକିମଙ୍କ ସାଥିରେ । ଯାହାର ଝଲକ ରାମଚଣ୍ଡିରେ ହୋଇଥିବା କଂଗ୍ରେସ ବନ୍ଧୁମିଳନ ଉତ୍ସବରେ ଦେଖିବାକୁ ମିଳିଛି। ବହିଷ୍କୃତ ମୋକିମଙ୍କୁ ସାଥୀରେ ନେଇ ଭୋଜିଭାତ କରିଛନ୍ତି କଂଗ୍ରେସ କର୍ମୀ। 

ଓଡ଼ିଶା ଦେଖିବ ନୂଆ ଆଞ୍ଚଳିକ ଦଳ; ଆଭାସ ଦେଲେ ମହମ୍ମଦ ମୋକିମ, ଉତ୍ସାହିତ ଦ୍ୱିତୀୟ ପିଢ଼ିର ଯୁବ ନେତୃତ୍ୱ

ମୋକିମଙ୍କ ସହ କଂଗ୍ରେସ କର୍ମୀଙ୍କ ଭୋଜିଭାତ ଆସରକୁ ନେଇ ଚିହିଁକି ଉଠିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସିଧାସଳଖ ଚେତାବନୀ ଦେଇ କହିଛନ୍ତି, ଆମେ ସବୁ କାର୍ୟ୍ୟକ୍ରମ ଉପରେ ନଜର ରଖିଛୁ। ଶୃଙ୍ଖଳା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବୁ । ଅନ୍ୟପଟେ ବ୍ଲକ୍‌ କି ବୁଥ୍ ସ୍ତରରେ ଏଯାଏଁ ନେତା ବାଛିନି କଂଗ୍ରେସ। ମାଳମାଳ କାର୍ଯ୍ୟକ୍ରମର  ବୋଝ ଏକାକି ମୁଣ୍ଡାଇ ପାରୁନାହାନ୍ତି ଜିଲ୍ଲା ସଭାପତି । ହାତଗଣତି କର୍ମୀଙ୍କୁ ଛାଡିଦେଲେ ଆନ୍ଦୋଳନରେ କାହାର ଦେଖା ଦର୍ଶନ ମିଳୁନି।   ଯୁବ ସମାବେଶର ସଫଳତାକୁ ଆଧାର କରି ମାର୍ଚ୍ଚ ମାସରେ ନୂଆ ଦଳ ଗଠନ କରିବେ ମୋକିମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe