ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି ଓଡ଼ିଶା ଧାନ,  ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡିକୁ ମାଡି ବସିଲା ଯୋଗାଣ ବିଭାଗ

Advertisment

ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡିକୁ ମାଡି ବସିଲା ଯୋଗାଣ ବିଭାଗ । ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ । ୩ଟି ଗାଡ଼ି ସହ ୩ ଡ୍ରାଇଭର ଅଟକ ।

ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡିକୁ ମାଡି ବସିଲା ଯୋଗାଣ ବିଭାଗ । ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ । ୩ଟି ଗାଡ଼ି ସହ ୩ ଡ୍ରାଇଭର ଅଟକ ।

Odisha paddy

Odisha paddy Photograph: (KanakNews)

କନକ ବ୍ୟୁରୋ:  ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ  । ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡିକୁ ମାଡି ବସିଲା ଯୋଗାଣ ବିଭାଗ । ପଡୋଶୀ ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ ହେଉଥିଲା ବେଳେ ଖବର ପାଇ ମାଡି ବସିଛି ଜିଲ୍ଲା ଯୋଗାଣ ବିଭାଗ। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣ ନାଥ ଟୋଲ ଗେଟ ନିକଟରେ ଚୋରା ଧାନ ଟ୍ରକ ଉପରେ ଚଢ଼ାଉ କରି ଆନୁମାନିକ ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ କରିଛି ଯୋଗାଣ ବିଭାଗ ।

ଅଧିକ ପଢନ୍ତୁ: ଆନ୍ଧ୍ରକୁ ଚାଲାଣ ହେଉଛି ଓଡ଼ିଶା ଧାନ : ଦଲାଲ ସାହାଯ୍ୟରେ ଇଡଲି ଓ ଚକୁଳି ପାଇଁ ଉତ୍କୃଷ୍ଟ ଆକାଶ ଗଙ୍ଗା ଧାନ ନେଇଯାଉଛି ଆନ୍ଧ୍ର

ଜବତ ହୋଇଥିବା ଗାଡି ପାଖରେ କୌଣସି ସଠିକ କାଗଜ ପତ୍ର ନାହିଁ । ଗାଡିଟି ୧୬ ନଂ ଜାତୀୟ ରାଜପଥ ଓଡିଶାର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରବେଶ କରୁଥୁଲା । ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଓ ସଦର ଯୋଗାଣ ଅଧିକାରୀ ତତକ୍ଷଣାତ ଘଟଣା ସ୍ଥଳରେ ପଂହଁଚି ୩ଟି ଟ୍ରକ ସହିତ ୧୮୦୦ ବସ୍ତା ଧାନ ଜବତ କରିଛନ୍ତି। ଏହା ସହ ୩ ଗାଡିର ଥିବା ୩ ଡ୍ରାଇଭର ଅଟକ ଅଛନ୍ତି । ପଶ୍ଚିମ ବଙ୍ଗରେ ଧାନ ମାଫିଆ ମାନେ କମ ଦାମରେ ଧାନ କିଣି ଓଡିଶା ଧାନ ମଣ୍ଡିକୁ ବିକିବା ପାଇଁ ମସୁଧା କରୁଥିଲେ। ଓଡିଶାରେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହୋଇଥିବାରୁ ବଙ୍ଗର ଧାନ ମାଫିଆ ମାନେ ଓଡିଶା ମୁହାଁ ହେଉଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe