କନକ ବ୍ୟୁରୋ: ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ । ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡିକୁ ମାଡି ବସିଲା ଯୋଗାଣ ବିଭାଗ । ପଡୋଶୀ ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ ହେଉଥିଲା ବେଳେ ଖବର ପାଇ ମାଡି ବସିଛି ଜିଲ୍ଲା ଯୋଗାଣ ବିଭାଗ। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣ ନାଥ ଟୋଲ ଗେଟ ନିକଟରେ ଚୋରା ଧାନ ଟ୍ରକ ଉପରେ ଚଢ଼ାଉ କରି ଆନୁମାନିକ ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ କରିଛି ଯୋଗାଣ ବିଭାଗ ।
ଅଧିକ ପଢନ୍ତୁ: ଆନ୍ଧ୍ରକୁ ଚାଲାଣ ହେଉଛି ଓଡ଼ିଶା ଧାନ : ଦଲାଲ ସାହାଯ୍ୟରେ ଇଡଲି ଓ ଚକୁଳି ପାଇଁ ଉତ୍କୃଷ୍ଟ ଆକାଶ ଗଙ୍ଗା ଧାନ ନେଇଯାଉଛି ଆନ୍ଧ୍ର
ଜବତ ହୋଇଥିବା ଗାଡି ପାଖରେ କୌଣସି ସଠିକ କାଗଜ ପତ୍ର ନାହିଁ । ଗାଡିଟି ୧୬ ନଂ ଜାତୀୟ ରାଜପଥ ଓଡିଶାର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରବେଶ କରୁଥୁଲା । ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଓ ସଦର ଯୋଗାଣ ଅଧିକାରୀ ତତକ୍ଷଣାତ ଘଟଣା ସ୍ଥଳରେ ପଂହଁଚି ୩ଟି ଟ୍ରକ ସହିତ ୧୮୦୦ ବସ୍ତା ଧାନ ଜବତ କରିଛନ୍ତି। ଏହା ସହ ୩ ଗାଡିର ଥିବା ୩ ଡ୍ରାଇଭର ଅଟକ ଅଛନ୍ତି । ପଶ୍ଚିମ ବଙ୍ଗରେ ଧାନ ମାଫିଆ ମାନେ କମ ଦାମରେ ଧାନ କିଣି ଓଡିଶା ଧାନ ମଣ୍ଡିକୁ ବିକିବା ପାଇଁ ମସୁଧା କରୁଥିଲେ। ଓଡିଶାରେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହୋଇଥିବାରୁ ବଙ୍ଗର ଧାନ ମାଫିଆ ମାନେ ଓଡିଶା ମୁହାଁ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/30/odisha-paddy-2026-01-30-07-56-10.jpg)