ପର୍ବତାରୋହୀ ବେଳେ ଅଘଟଣ, ଦୀପକ ହରାଇପାରନ୍ତି ଦୁଇଟି ଅଙ୍ଗୁଳି

Advertisment

ଦୀପକ ଜାନୁଆରି ୧୭ ତାରିଖରୁ ବାହାରି ୧୯ ତାରିଖରେ ଲେହସ୍ଥିତ ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରୁ ୧୯ ତାରିଖ ଦିନ ଶିଖର ଛୁଇଁବା ଅଭିଯାନ ଆରମ୍ଭ କରି ୨୨ ତାରିଖ ଅପରାହ୍ଣ ୧୨.୩୦ରେ ସଫଳ ହୋଇଥିଲେ । ଏହା ପୂର୍ବରୁ ଦୀପକ ମହାନ୍ତ ଗତବର୍ଷ ହିମାଚଳପ୍ରଦେଶର ମାଉଣ୍ଟ୍‌ ୟୁନମ (୬୧୫୦ ମିଟର) ଏବଂ ୨୦୨୨ ମସିହାରେ ମାଉଣ୍ଟ୍‌ ସେଥିଦାର (୫୮୦୦)କୁ ସଫଳତାର ସହ ଆରୋହଣ କରି ସାରିଛନ୍ତି ।

ଦୀପକ ଜାନୁଆରି ୧୭ ତାରିଖରୁ ବାହାରି ୧୯ ତାରିଖରେ ଲେହସ୍ଥିତ ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରୁ ୧୯ ତାରିଖ ଦିନ ଶିଖର ଛୁଇଁବା ଅଭିଯାନ ଆରମ୍ଭ କରି ୨୨ ତାରିଖ ଅପରାହ୍ଣ ୧୨.୩୦ରେ ସଫଳ ହୋଇଥିଲେ । ଏହା ପୂର୍ବରୁ ଦୀପକ ମହାନ୍ତ ଗତବର୍ଷ ହିମାଚଳପ୍ରଦେଶର ମାଉଣ୍ଟ୍‌ ୟୁନମ (୬୧୫୦ ମିଟର) ଏବଂ ୨୦୨୨ ମସିହାରେ ମାଉଣ୍ଟ୍‌ ସେଥିଦାର (୫୮୦୦)କୁ ସଫଳତାର ସହ ଆରୋହଣ କରି ସାରିଛନ୍ତି ।

Deepak_

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର କାଶିଆ ଗାଁ ବାସିନ୍ଦା ତଥା ରାଜ୍ୟର ଯୁବ ଓ ଉଦୀୟମାନ ପର୍ବତାରୋହୀ ଦୀପକ ମହାନ୍ତ ଲଦାଖସ୍ଥିତ ୬୦୭୦ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ୍‌ କଙ୍ଗ୍ରିକୁ ସଫଳତାର ସହ ଆରୋହଣ କରିଛନ୍ତି । ଏହି ଦୁଃସାହସିକ ଅଭିଯାନ ଲାଗି ଦୀପକ ଜାନୁଆରି ୧୭ ତାରିଖରୁ ବାହାରି ୧୯ ତାରିଖରେ ଲେହସ୍ଥିତ ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରୁ ୧୯ ତାରିଖ ଦିନ ଶିଖର ଛୁଇଁବା ଅଭିଯାନ ଆରମ୍ଭ କରି ୨୨ ତାରିଖ ଅପରାହ୍ଣ ୧୨.୩୦ରେ ସଫଳ ହୋଇଥିଲେ । ଏହା ପୂର୍ବରୁ ଦୀପକ ମହାନ୍ତ ଗତବର୍ଷ ହିମାଚଳପ୍ରଦେଶର ମାଉଣ୍ଟ୍‌ ୟୁନମ (୬୧୫୦ ମିଟର) ଏବଂ ୨୦୨୨ ମସିହାରେ ମାଉଣ୍ଟ୍‌ ସେଥିଦାର (୫୮୦୦)କୁ ସଫଳତାର ସହ ଆରୋହଣ କରି ସାରିଛନ୍ତି । ପର୍ବତାରୋହଣର ମୌଳିକ ଏବଂ ଉଚ୍ଚସ୍ତରୀୟ ପାଠ୍ୟକ୍ରମ ଶେଷ କରିସାରିଥିବା ଦୀପକ ଆଗାମୀ ସମୟରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତା ଲାଗି ତାଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ସୋମବାର ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଅତିରିକ୍ତ ସଚିନ ବିଜୟ କୁମାର ସ୍ବାଇଁ, ଏଭରେଷ୍ଟ ବିଜେତା ତଥା ‘ଆସା’ ଫାଉଣ୍ଡେସନ୍‌ର ସଂପାଦକ ଗଣେଶ ଚନ୍ଦ୍ର ଜେନା, କାର୍ଯ୍ୟକ୍ରମ ଅଧିକାରୀ ହରେଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ‘ଆସା’ର କାର୍ଯ୍ୟକାରୀ ସଭାପତି ଆଶୋକ ମହାନ୍ତି, ଉପସଭାପି ଶକ୍ତିରଞ୍ଜନ ମହାନ୍ତି, ବିକ୍ରମ କିଶୋର ଦାସ, ବିଜୟ କୁମାର ସାସମଲ ଓ କ୍ଷିରୋଦ କୁମାର ଷଣ୍ଡ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । 

ଏହା ବି ପଢ଼ନ୍ତୁ: ଆଇପିଏଲ୍ ପୂର୍ବରୁ ଫିଟ୍ ହେବା ନେଇ କମିନ୍ସ ଆଶାବାଦୀ

ସହାୟତା ପାଇଁ ନିବେଦନ

ମାଉଣ୍ଟ୍‌ କାଙ୍ଗ୍ରିକୁ ସଫଳତାର ସହ ଆରୋହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଦୀପକ କିନ୍ତୁ ଏବେ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିଛନ୍ତି । ଶିଖର ଛୁଇଁ ଫେରି ବେସ୍‌କ୍ୟାମ୍ପକୁ ଫେରିଲା ବେଳେ ହଠାତ୍‌ ପାଗ ବିଗିଡ଼ି ଯାଇ ତାପମାତ୍ରା ଶୂନରୁ ୩୫ ଡିଗ୍ରି ତଳକୁ ଖସି ଯିବାରୁ ତାଙ୍କର ପାଞ୍ଚଟି ହାତ ଅଙ୍ଗୁଳି ଫ୍ରଷ୍ଟ୍‌ ବାଇଟ୍‌ ବା ଶୀତଦଂଶନର ଶିକାର ହୋଇଛି । ଏଗୁଡ଼ିକ ଏବେ ପ୍ରତିକ୍ରିୟା ବିହୀନ ସ୍ଥିତିରେ ରହିଛି । ଲେହରେ ଆଶୁ ଚିକିତ୍ସା କରି ପରେ ଭୁବନେଶ୍ବର ଏମ୍ସ ଓ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ୍‌ରେ ଚିକିତ୍ସିତ ହେଉଛନ୍ତି ସେ । ତେବେ ମାତ୍ରାଧିକ ଥଣ୍ଡା ପାଇଁ ପ୍ରଭାବିତ ପାଞ୍ଚଟି ଆଙ୍ଗୁଠି ଭିତରୁ ଦୁଇଟିକୁ କାଟିବାକୁ ପଡ଼ିବାରେ ବୋଲି ଡାକ୍ତରମାନେ ତାଙ୍କୁ ଜଣାଇଛନ୍ତି । ଔଷଧ ସେବନ ଜାରି ରଖିବା ସହ ୯ ତାରିଖରେ ପୁନଃ ସ୍ଥିିତି ମୂଲ୍ୟାୟନ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଦୀପକଙ୍କୁ ଚିନ୍ତା ଓ ବିଷାଦରେ ପକାଇଛନ୍ତି । ତାଙ୍କ ପର୍ବତାରୋହଣ କ୍ୟାରିୟର୍‌ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଥିନେଇ ଦୀପକଙ୍କ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବା ସହ ସହାୟତାର ହାତ ବଢ଼ାଇବାକୁ ‘ଆସା’ ସଂପାଦକ ତଥା ରାଜ୍ୟରେ ପର୍ବାରୋହଣର ବିକାଶ ପାଇଁ ନିରନ୍ତର ପ୍ରୟାସ କରି ଆସୁଥିବା ଏଭରେଷ୍ଟର୍‌ ଗଣେଶ ଜେନା ରାରୢ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe