କନକ ବ୍ୟୁରୋ: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍‌ ତଥା ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ ଆଇପିଏଲ୍‌ର ଆଗାମୀ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ସୁସ୍ଥ ହେବା ନେଇ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ''ପିଠିର ସୁସ୍ଥତା'' ଉପରେ ସବୁକିଛି ନିର୍ଭର କରେ। ପିଠିରେ ସମସ୍ୟା କାରଣରୁ କମିନ୍ସଙ୍କୁ ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ସାମିଲ୍ କରାଯାଇନାହିଁ। ସେ ଆସେସ୍‌ ଶୃଙ୍ଖଳାରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। କିନ୍ତୁ ସେବେଠାରୁ ସେ ପଡ଼ିଆରୁ ଦୂରେଇ ଅଛନ୍ତି। ସେ କହିଛନ୍ତି, "ମୁଁ ଏବେ ଭଲ ଅନୁଭର କରୁଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଆଉ ଥରେ ପିଠିର ସ୍କାନ୍ ହେବ, ଯଦି ଠିକ୍ ଥାଏ ତେବେ ସେ ଧୀରେ ଧୀରେ ଅଭ୍ୟାସ ଆରମ୍ଭ କରିବି। ଟ୍ବେଣ୍ଟି-୨୦ ଖେଳିବା ଅପେକ୍ଷାକୃତ ସହଜ, ଏଣୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାର ନିକଟତର ହୋଇଯାଇଥିଲି, କିନ୍ତୁ ଦୁର୍ଭାଗ୍ୟ! ଆଡିଲେଡ୍ ଟେଷ୍ଟ୍ ପରେ କୁହାଯାଇଥିଲା ଯେ ଚାରି ସପ୍ତାହରେ ପିଠି ଯନ୍ତ୍ରଣାର ଉପସମ ହେବ। କିନ୍ତୁ ପରେ ଆଉ ଥରେ ସ୍କାନ୍‌ କରାଯିବା ପରେ ଆଉ ଦୁଇ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିଲା।"

Advertisment