ଦେଶରେ ଓଡ଼ିଶା ବିଧାୟକଙ୍କ ଦରମା ସବୁଠୁ ଅଧିକ: ବିଧାୟକଙ୍କ ଦରମା କ୍ଷେତ୍ରରେ ପଛରେ ପଡ଼ିଲା ୟୁପି, ମହାରାଷ୍ଟ୍ର

Advertisment

ବିଧାନସଭାରେ ବିଧାୟକଙ୍କ ଦରମା ଓ ଭତ୍ତାକୁ ନେଇ ବିଲ୍ ପାସ୍ ହେବା ପରେ, ଏବେ ଚର୍ଚ୍ଚାରେ ଓଡ଼ିଶା ବିଧାୟକଙ୍କ ବର୍ଦ୍ଧିତ ଦରମା । ସାରା ଦେଶରେ ଏବେ ଓଡ଼ିଶାର ବିଧାୟକ ସବୁଠୁ ଅଧିକ ଟଙ୍କା ଦରମା ପାଇବାକୁ ଯାଉଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ବିଧାନସଭାରେ ବିଧାୟକଙ୍କ ଦରମା ଓ ଭତ୍ତାକୁ ନେଇ ବିଲ୍ ପାସ୍ ହେବା ପରେ, ଏବେ ଚର୍ଚ୍ଚାରେ ଓଡ଼ିଶା ବିଧାୟକଙ୍କ ବର୍ଦ୍ଧିତ ଦରମା । ସାରା ଦେଶରେ ଏବେ ଓଡ଼ିଶାର ବିଧାୟକ ସବୁଠୁ ଅଧିକ ଟଙ୍କା ଦରମା ପାଇବାକୁ ଯାଉଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Odisha Assembly

କନକ ବ୍ୟୁରୋ: ବିଧାନସଭାରେ ବିଧାୟକଙ୍କ ଦରମା ଓ ଭତ୍ତାକୁ ନେଇ ବିଲ୍ ପାସ୍ ହେବା ପରେ, ଏବେ ଚର୍ଚ୍ଚାରେ ଓଡ଼ିଶା ବିଧାୟକଙ୍କ ବର୍ଦ୍ଧିତ ଦରମା । ସାରା ଦେଶରେ ଏବେ ଓଡ଼ିଶାର ବିଧାୟକ ସବୁଠୁ ଅଧିକ ଟଙ୍କା ଦରମା ପାଇବାକୁ ଯାଉଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏମିତି କି ଦେଶର ବଡ଼ ରାଜ୍ୟ କୁହାଯାଉଥିବା ୟୁପି ଆଉ ମହାରାଷ୍ଟ୍ରରେ ବିଧାୟକଙ୍କ ଦରମାକୁ ଓଡ଼ିଶା ପଛରେ ପକାଇଦେଇଛି ।

ନୂଆ ବିଲ୍ ଓଡ଼ିଶା ବିଧାନସଭାରେ ପାସ୍ ହେବା ପରେ ଏବେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ଓଡ଼ିଶାର ବିଧାୟକମାନେ ପାଇବେ ମୋଟ ୩ ଲକ୍ଷ ୪୫ ହଜାର ଟଙ୍କା । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟ ଭତ୍ତା ମିଶାଇ ମିଳିବ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା । ତା ସହିତ କ୍ୟାବନେଟ୍ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତାକୁ ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବ । ଯାହାକି ଦେଶର ଅନ୍ୟ ବିଧାୟକଙ୍କ ତୁଳନାରେ ସବୁଠୁ ଅଧିକ ।

ଆହୁରି ପଢ଼ନ୍ତୁ : ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି; ଜାଣନ୍ତୁ, କମିଟିରେ ରହିଲେ କିଏ କିଏ?

ବର୍ତ୍ତମାନ ସମୟରେ ଦେଶର ଅନ୍ୟ ରାଜ୍ୟକୁ ଦେଖିଲେ ଓଡ଼ିଶା ପଛକୁ ଝାଡ଼ଖଣ୍ଡର ବିଧାୟକମାନେ ସବୁଠୁ ଅଧିକ ଦରମା ପାଉଛନ୍ତି । ଝାଡ଼ଖଣ୍ଡରେ ପ୍ରତି ବିଧାୟକଙ୍କୁ ପାଖାପାଖି ୨ ଲକ୍ଷ ୯୦ ହଜାର ଟଙ୍କା ମିଳୁଛି । ସେହିପରି ମହାରାଷ୍ଟ୍ରର ବିଧାୟକଙ୍କ ଅଢ଼େଇ ଲକ୍ଷ । ତେଲେଙ୍ଗାନାର ବିଧାୟକଙ୍କୁ ଅଢ଼େଇ ଲକ୍ଷ ଆଉ ୟୁପିର ବିଧାୟକଙ୍କୁ ୧ ଲକ୍ଷ ୮୭ ହଜାର ଟଙ୍କା ଦରମା ଆଉ ଭତ୍ତା ମିଳୁଛି । ତେଣୁ ଦେଖିବାକୁ ଗଲେ ଓଡ଼ିଶାର ବିଧାୟକମାନେ ଏବେ ସମସ୍ତଙ୍କଠୁ ଅଧିକ ୩ ଲକ୍ଷ ୪୫ ହଜାର ଟଙ୍କା ଦରମା ଓ ଭତ୍ତା ବାବଦରେ ପାଇବେ ।

କେରଳର ବିଧାୟକମାନେ ଦେଶର ସବୁଠୁ କମ ଦରମା ପାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, କେରଳର ପ୍ରତି ବିଧାୟକ ପାଖାପାଖି ୭୦ ହଜାର ଟଙ୍କା ଦରମା ପାଉଛନ୍ତି । ଆଉ ଦିଲ୍ଲୀର ବିଧାୟକମାନେ ଦ୍ୱିତୀୟ ସର୍ବନିମ୍ନ ୯୦ ହଜାର ଟଙ୍କା ଦରମା ପାଉଛନ୍ତି ।

ତେବେ ଦୀର୍ଘ ଦିନ ଧରି ଓଡ଼ିଶା ବିଧାନସଭାରେ ବିଧାୟକମାନେ ନିଜର ଦରମା ବଢ଼ାଇବାକୁ ଦାବି କରି ଆସୁଥିଲେ । ଯାହାକୁ କି ସରକାର ଏବେ ମୋହର ମାରିଛନ୍ତି । ମଙ୍ଗଳବାର ଶୀତ ଅଧିବେଶନ ସରିବା ପୂର୍ବରୁ ବିଧାନସଭା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫ ପାରିତ ହୋଇଛି। ଯାହାପରେ ଆନୁସଙ୍ଗିକ ସୁବିଧାକୁ ମିଶାଇ ବିଧାୟକଙ୍କ ଦରମା ଏକାଥରକେ ପ୍ରାୟ ୩ ଲକ୍ଷ ଟପିଛି । ନଜର ପକାନ୍ତୁ କେଉଁ ସୁବିଧା ବାବଦକୁ କେତେ ଟଙ୍କା ପାଇବେ ବିଧାୟକ?

  • ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢି ୯୦ ହଜାର ହୋଇଛି  
  • ବ୍ୟୟ ଭତ୍ତା ବାବଦ ୪୦ ହଜାରରୁ ୯୬ ହଜାରକୁ ବୃଦ୍ଧି ପାଇଛି 
  • ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ବିଧାୟକଙ୍କୁ ମିଳିବ ୭୫ ହଜାର ଟଙ୍କା 
  • ସେହିପରି କମିଟି ବୈଠକ ବାବଦକୁ ୩୦୦୦, ରାଜ୍ୟ ବାହାରେ ବୈଠକ ପାଇଁ ୧୦ ହଜାର ଟଙ୍କା ମିଳିବ 
  • ତା ସହିତ ମାସିକ ଯାନ ବାହନ ଭତ୍ତା ବାବଦକୁ ୫୦ ହଜାର ଟଙ୍କା ଦିଆଯିବ 
  • ଏହାସହିତ ବିଧାୟକଙ୍କୁ ବିଦ୍ୟୁତ ଦେୟ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୩୫ ହଜାର ଟଙ୍କା ମିଳିବ 
  • ଯଦି ବିଧାୟକଙ୍କୁ ବାସଭବନ ମିଳିନଥିବ, ତେବେ ରହଣି ପାଇଁ ଦୈନିକ ୨ ହଜାର ଟଙ୍କା ମିଳିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe