କନକ ବ୍ୟୁରୋ : ଘନେଇଲା ମଣ୍ଡି ସମସ୍ୟା, ବଢ଼ିଲା ଚାଷୀଙ୍କ ଚିନ୍ତା । ସରକାରଙ୍କ ସହ ମିଲର ସଂଘର ବୈଠକ ବିଫଳ ହେବା ପରେ ଚାଷୀଙ୍କ ଧାନ ସୁରୁଖୁରୁରେ ଉଠିବ କି ନାହିଁ, ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଦାବି ପୂରଣ ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ, କୌଣସି ଜିଲ୍ଲାରୁ ଧାନ ଉଠାଇବ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ମିଲର । ଯାହାକି ଚାଷୀଙ୍କ ମଣ୍ଡି ଟେନସନକୁ ଦୁଇଗୁଣା ବଢ଼ାଇ ଦେଇଛି ।
ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ, ମିଲର ସଂଘର ତାତି । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ, ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି । ଏକା ଜିଦ୍- ସବୁ ଜିଲ୍ଲାରେ ବନ୍ଦ ରହିବ ଧାନ ସଂଗ୍ରହ । ଧାନକିଣା ପ୍ରକ୍ରିୟା ଧକେଇ ଧକେଇ ଚାଲିଥିବା ବେଳେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇ ସବୁଠି ଧାନ ଉଠା ବନ୍ଦ କରିଦେଇଛନ୍ତି ମିଲର୍ । ଭୁବନେଶ୍ୱରରେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ସହ ବୈଠକ କରିଛି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ, ପୂର୍ବଭଳି ଧାନ ପରିବହନ ଖର୍ଚ୍ଚ ପ୍ରଦାନ ଆଦି ଦାବି ପୂରଣ ପାଇଁ ସରକାର ଆହୁରି ସମୟ ମାଗିବାରୁ ବୈଠକ ବିଫଳ ହେଲା ବୋଲି କହିଛି ସଂଘ ।
ଅଧିକ ପଢ଼ନ୍ତୁ : ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ : ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ
ଟୋକନ୍ ଓ ମଣ୍ଡି ଅବ୍ୟବସ୍ଥା ପାଇଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବେଡ଼ି ଉପରେ କୋରଡ଼ା ମାଡ଼ ସାଜିଛି ମିଲର୍ ଅଡ଼ୁଆ । ବିଭିନ୍ନ ଜିଲ୍ଲାରେ ଏକପ୍ରକାର ମଣ୍ଡି ଅଚଳାବସ୍ଥା ଦେଖାଦେଇଛି । ମିଲରମାନେ ମଣ୍ଡିରୁ ଧାନ ନଉଠାଇଲେ, ଚାଷୀଙ୍କ ଧାନକୁ କେଉଁଠି ରଖିବେ ସରକାର ? ପର୍ଯ୍ୟାପ୍ତ ସରକାରୀ ଗୋଦାମ ଅଛି ତ ? ଏଭଳି ଅନିଶ୍ଚିତତା ଭିତରେ ଚାଷୀ ଆନ୍ଦୋଳନ ବି ଦାନା ବାନ୍ଧିଲାଣି ।
ଚାଷୀ ଚିନ୍ତାରେ ଥିବା ବେଳେ ଯୋଗାଣ ବିଭାଗ କହିଛି, ମିଲରଙ୍କ ଦାବି ନେଇ ବିଭାଗ ସଚେତନ ଅଛି । ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ, ସେନେଇ ସରକାର ତତ୍ପର ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/05/odisha-millers-strike-2026-01-05-20-21-46.jpg)