ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସ ୨୦୨୫ ଉଦଘାଟିତ, ଯୋଗଦେଲେ ୧୬ ଟି ଦେଶର ୨୮୪ ପ୍ରତିଯୋଗୀ

Advertisment

ଏବର୍ଷ ର ଓଡିଶା ମାଷ୍ଟର୍ସ ରେ ୧୪୭ ପୁରୁଷ ଓ ୧୩୭ ମହିଳା ଜିଗର ଦେଇଛନ୍ତି । ଏମାନେ ପୁରୁଷ ସିଙ୍ଗଲ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲ ପାଇଁ ଲଢେଇ କରିବେ ।  ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ ଟି କ୍ୱାଲିଫାଇଙ୍ଗ  ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ସିଙ୍ଗଲ, ଡବଲ ଓ ମିକ୍ସଡ଼ ଡବଲସ ରୁ ୨୪ଟି ଦଳ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଛନ୍ତି  ।

ଏବର୍ଷ ର ଓଡିଶା ମାଷ୍ଟର୍ସ ରେ ୧୪୭ ପୁରୁଷ ଓ ୧୩୭ ମହିଳା ଜିଗର ଦେଇଛନ୍ତି । ଏମାନେ ପୁରୁଷ ସିଙ୍ଗଲ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲ ପାଇଁ ଲଢେଇ କରିବେ ।  ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ ଟି କ୍ୱାଲିଫାଇଙ୍ଗ  ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ସିଙ୍ଗଲ, ଡବଲ ଓ ମିକ୍ସଡ଼ ଡବଲସ ରୁ ୨୪ଟି ଦଳ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଛନ୍ତି  ।

badminton

କନକ ବ୍ୟୁରୋ : ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଉଦଘାଟନ ହୋଇଯାଇଛି  । ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ସଚିବ ସଚିନ ଯାଦବ ଏହି ବ୍ୟାଡମିଣ୍ଟନ  ୱାର୍ଲଡ ଫେଡେରେସନ ଟୁର  ସୁପର  ୧୦୦ ମାନ୍ୟତା ପାଇଥିବା ଓଡିଶା ମାଷ୍ଟର୍ସର ଉଦଘାଟନ କରିଥିଲେ ।  ଓସବା ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନି ସମାରୋହ ରେ କ୍ରୀଡା ନିର୍ଦେଶକ ଡ଼.ବିଜୟ ୟେଦୁଲା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ  ଭାଉସାହେବ ସିନ୍ଧେ, ବ୍ୟାଡମିଣ୍ଟନ   ଏସିଆ ଫେଡେରେସନର ଟୁର୍ନାମେଣ୍ଟ ମେନେଜର ବେଣୁଗୋପାଳ ରାମଲିଙ୍ଗମ ଓସବା ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ:   ସେଣ୍ଟ ଲୁକ୍ ସ୍କୁଲ୍ ଦ୍ୱାରା ଆୟୋଜିତ ସହୋଦୟ ସ୍କୁଲ୍ କମ୍ପ୍ଲେକ୍ସ ପଶ୍ଚିମ ଓଡ଼ିଶା ଆନ୍ତଃ-ବିଦ୍ୟାଳୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୫

ଏବର୍ଷ ର ଓଡିଶା ମାଷ୍ଟର୍ସ ରେ ୧୪୭ ପୁରୁଷ ଓ ୧୩୭ ମହିଳା ଜିଗର ଦେଇଛନ୍ତି । ଏମାନେ ପୁରୁଷ ସିଙ୍ଗଲ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲ ପାଇଁ ଲଢେଇ କରିବେ ।  ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ ଟି କ୍ୱାଲିଫାଇଙ୍ଗ  ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ସିଙ୍ଗଲ, ଡବଲ ଓ ମିକ୍ସଡ଼ ଡବଲସ ରୁ ୨୪ଟି ଦଳ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଛନ୍ତି  ।  ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।  ଯୋଗ୍ୟତା ପର୍ଯ୍ୟାୟରୁ  ମୁଖ୍ୟ ଡ୍ର କୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳୀ ମାନେ ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ, ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ, ତାଇପେଇର ଚି ଯୁନ ଚେଙ୍ଗ, ଜାପାନର  ନନମି ସୋମେୟା, ଓ ଇଣ୍ଡୋନେସିଆର ଡାଳିଆ ଅଘନିଆ ପୁଟେରୀ ।  ଏବଂ ଡବଲସରେ ଭାରତର ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ସାଥି ରିଧି କୌର, ଭି. ରେଡଡି ସାଥି କେ. ସେଲଭାମ, ଯେନିଥ ଅବିଗେଲ ସାଥି ଲିଖିତା ଶ୍ରୀବାସ୍ତବ, ଡି. ଭେଲ ମୁରୁଗାନ ସାଥି ପି. ନଟରାଜନ, ନିତିନ କୁମାର ସାଥି ହର୍ଷ ରଣା, କେ. କୁମାରଭେଲ ସାଥି ଆର ମୋହନ କୁମାର, ଭି ଆର ନର୍ଦ୍ଧନା ସାଥି ରିଦୁବର୍ଶିନୀ  ରାମାସ୍ୱାମୀ, ଅଦିତି ଭଟ୍ଟ ସାଥି ଶ୍ରାବଣୀ ବାଲେକାର, ଏନ. ଇଶ୍ୱର ମୂର୍ତ୍ତି ସାଥି ଡି. ଭେଲ ମୁରୁଗାନ, ମୁରଲୀ କ୍ରୀଷ୍ଣା  କନୁରୀ ସାଥି ଅଭିଜିତ ମହାରଣା ଓ ସାକ୍ଷୀ ଗହ୍ଲାବତ ସାଥି ତନୀଷା ସିଂ ।

ଅଧିକ ପଢ଼ନ୍ତୁ:   ପଶ୍ଚିମ ଓଡ଼ିଶା ଇଣ୍ଟର ସ୍କୁଲ୍ ବ୍ୟାଡମିଣ୍ଟନ୍ ଟାଇଟଲ୍ ଜିତିଛି ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍, ସମ୍ବଲପୁର

  ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ  ମୁଖ୍ୟ ଡ୍ର ପ୍ରତିଯୋଗୀତାରେ ଭାରତୀୟ ଖେଳାଳୀ କେଭିନ ଥାଙ୍ଗମ, ସାନିଥ ଦୟାନନ୍ଦ, ତୁଷାର ସୁବୀର ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ଯୁସୁଫ, ରିଚି ରିକାରଡୋ ପ୍ରମୁଖ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ପରବର୍ତୀ ରାଉଣ୍ଡ ଉନ୍ନୀତ ହୋଇଛନ୍ତି । ଏକ ଲକ୍ଷ ଦଶ ହଜାର ଡ଼ଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାକୁ ପରିଚାଳନା ପାଇଁ୧୦ ଜଣିଆ ବି.ଡବ୍ଲୁ.ଏଫ୍  ମନୋନୀତ ଅଫିସଏଲ ଦଳ ୧୨ ଜଣ ଭାରତୀୟ ବ୍ୟାଡମିଣ୍ଟନ  ସଙ୍ଘ  ମନୋନୀତ ଅଫିସିଏଲ ଏବଂ୪୬ ଜଣ ଓସବା ମନୋନୀତ ଅଫିସିଏଲ ପରିଚାଳନା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe